Categories: ବାଣିଜ୍ୟ

ନିବେଶକଙ୍କ ସମ୍ପତ୍ତିରେ ୨.୫ ଲକ୍ଷ କୋଟି ବୃଦ୍ଧି

ମୁମ୍ବାଇ,୧୦-୧: ଦେଶର ପୁଞ୍ଜିବଜାରର ସ୍ଥିତି ଉନ୍ନତ ହେବାରୁ ନିବେଶକଙ୍କ ସମ୍ପତ୍ତିରେ ଗୁରୁବାର ୨.୫ ଲକ୍ଷ କୋଟି ଟଙ୍କାର ବୃଦ୍ଧି ଘଟିଛି। ୟୁଏସ୍‌-ଇରାନ ମଧ୍ୟରେ ଯୁଦ୍ଧ ଆଶଙ୍କା ସାମାନ୍ୟ ହୋଇଥିବାରୁ ନିବେଶକଙ୍କ ମନୋଭାବ ପରିବର୍ତ୍ତନ ହେବାରୁ ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ପ୍ରାୟ ୬୩୫ ପଏଣ୍ଟ ବୃଦ୍ଧି ଘଟିଥିବା ନଜରକୁ ଆସିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ସେନସେକ୍ସ ୬୩୪.୬୧ ପଏଣ୍ଟ ବା ୧.୫୫% ବୃଦ୍ଧି ହୋଇ କାରବାର ୪୧,୫୫୨.୩୫ ବନ୍ଦ ହୋଇଛି। ଦିନ ମଧ୍ୟରେ ସୂଚକାଙ୍କ ୬୬୪.୩୮ ପଏଣ୍ଟ ବଢିବାକୁ କାରବାର ୪୧,୪୮୨.୧୨ ପଏଣ୍ଟ ସ୍ତର ଛୁଇଁଥିଲା। ଏହି ସମୟରେ ବ୍ରେଣ୍ଟ ଅଏଲ ଫିଚର ୦.୪୦% ବଢିବା ସହ ବ୍ୟାରେଲ ପିଛା ୬୫.୭୦ ଡଲାର ରହିଛି।

Share