Categories: ବାଣିଜ୍ୟ

ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ବଢିଲା

ନୂଆଦିଲ୍ଲୀ,୧୦।୪: ଗୁରୁବାର ଭାରତୀୟ ଶେୟାର ବଜାରରେ କାରବାର ଉନ୍ନତ ରହିବା ଯୋଗୁ ନିବେଶକଙ୍କ ସମ୍ପତ୍ତି ୩.୯୮ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ସରକାର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ପ୍ରଦାନ କରିବା ନେଇ ନିବେଶକଙ୍କ ମନରେ ଆଶା ଦୃଢୀଭୂତ ହୋଇଥିବାରୁ ଏହାର ପ୍ରତିଫଳନ ଶେୟାର ବଜାର ଉପରେ ପଡିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସେନ୍‌ସେକ୍ସ ୧୨୬୫.୬୬ ପଏଣ୍ଟ ବା ୪.୨୩% ବୃଦ୍ଧି ଘଟିବା ଯୋଗୁ କାରବାର ୩୧,୧୫୯.୬୨ ପଏଣ୍ଟରେ ବନ୍ଦ ହୋଇଛି। ଦିନ ମଧ୍ୟରେ ଶେୟାର କାରବାର ଉନ୍ନତ ରହିବା ଯୋଗୁ ସୂଚକାଙ୍କ ୧୩୩୧ ପଏଣ୍ଟ ବଢି ୩୧,୨୨୫ ପଏଣ୍ଟ ଛୁଇଁବାକୁ ସକ୍ଷମ ହୋଇଥିଲା। ପ୍ୟାକେଜ ଆଶାରେ ଶେୟାର ବଜାରର କାରବାରରେ ଉନ୍ନତ ରହିଛି ବୋଲି ଜିଓଜିତ ଫାଇନାନ୍ସିଆଲ ସର୍ଭିସର ରିସର୍ଚ୍ଚ ମୁଖ୍ୟ ବିନୋଦ ନାୟାର କହିଛନ୍ତି। ଏହି ସମୟରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଶେୟାର କାରବାର ୧୬.୭୪% ବଢିଛି। ଏହାବାଦ ମାରୁତି ସୁଜୁକି ଏବଂ ହିରୋ ମୋଟୋକର୍ପ କାରବାର ମଧ୍ୟ ଉନ୍ନତ ସ୍ଥିତିରେ ରହିଛି।

Share