Categories: ବାଣିଜ୍ୟ

ନିବେଶକ ହରାଇଲେ ୧.୬୫ ଲକ୍ଷ କୋଟି

ମୁମ୍ବାଇ,୨୦-୯: ଆମେରିକା ଫେଡେରାଲ ରିଜର୍ଭ ପକ୍ଷରୁ ସୁଧ ହାର ହ୍ରାସ ସମ୍ପର୍କରେ ଘୋଷଣା ବିଦେଶ ସମେତ ଭାରତୀୟ ଷ୍ଟକ୍‌ ବଜାରରେ ଏହାର ପ୍ରତିକୂଳ ପ୍ରଭାବ ଦେଖିବାକୁ ମିଳିଥିଲା। ଗୁରୁବାର ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ସେନ୍‌ସେକ୍ସ ୪୭୦.୪୧ ପଏଣ୍ଟ ହ୍ରାସ ପାଇ ୩୬,୦୯୩.୪୭ରେ ଏବଂ ୫୦ ଶେୟାର ବିଶିଷ୍ଟ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ନିଫ୍ଟି ୧୩୫.୮୫ ପଏଣ୍ଟ ହ୍ରାସ ପାଇ ୧୦,୭୦୪.୮୦ରେ ବନ୍ଦ ହୋଇଛି। ଫଳରେ ବଜାରରେ ତାଲିକାଭୁକ୍ତ କମ୍ପାନୀଙ୍କ ପୁଞ୍ଜି ୧,୬୫,୪୩୭.୯୧ କୋଟି ହ୍ରାସ ପାଇ ୧,୩୮,୫୪,୪୩୯.୪୧ କୋଟି ଟଙ୍କା ହୋଇଛି। ଜିଓଜିତ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ର ପ୍ରମୁଖ ବିଶ୍ଳେଷକ ବିନୋଦ ନାୟର କହିଛନ୍ତି ଯେ, ବିଦେଶୀ ସଂସ୍ଥାଗତ ନିବେଶକଙ୍କ ପକ୍ଷରୁ ଅର୍ଥ ଉଠାଣ ଜାରି ରହିଛି। ସେହିପରି ଭବିଷ୍ୟତରେ ସୁଧ ହାର ହ୍ରାସ ନେଇ ଫେଡେରାଲ ପକ୍ଷରୁ ସ୍ପଷ୍ଟ ସଙ୍କେତ ଦିଆ ନ ଯିବାରୁ ନିବେଶକ ହତୋତ୍ସାହିତ ହୋଇଥିଲେ। ଅନୁରୂପ ଭାବେ ଦେଶରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଆଶାଜନକ ନ ରହିବା ମଧ୍ୟ ନିବେଶକଙ୍କ ଉପରେ ନକାରାମତ୍କ ପ୍ରଭାବ ପକାଇଥିଲା।

Share