Categories: ବାଣିଜ୍ୟ

ନିବେଶ ଲାଗି ଭାରତ ପ୍ରକୃଷ୍ଟ ସ୍ଥାନ:ସୀତାରାମନ

ନୂଆଦିଲ୍ଲୀ,୧୮-୧୦: ନିବେଶ ଲାଗି ଭାରତ ଭଳି ପ୍ରକୃଷ୍ଟ ସ୍ଥାନ ନିବେଶକମାନେ ଅନ୍ୟ କେଉଁଠାରେ ପାଇବେ ନାହିଁ। ଭାରତରେ ଗଣତନ୍ତ୍ର ଏବଂ ପୁଞ୍ଜିବାଦକୁ ସମ୍ମାନ ଦେବା ଭଳି ପରିବେଶ ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୟୁଏସ୍‌ ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ ଫୋରମରେ ସୂଚନା ଦେଇଛନ୍ତି। ଦେଶରେ ସଂସ୍କାର ଧାରାକୁ ସରକାର ଜାରି ରଖିବା ସହ ନିବେଶକ ଉପଯୋଗୀ ନୀତି ଉପରେ ଫୋକସ୍‌ ରଖାଯାଇଥିବା ସେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇପାରିଛି। ଏଠାରେ କୁଶଳୀ ଶ୍ରମଶକ୍ତି ରହିଛନ୍ତି। ଭାରତ ଏକ ସ୍ବଚ୍ଛ ଏବଂ ମୁକ୍ତ ସମାଜ ହୋଇ ଥିବାରୁ ନିବେଶକମାନେ ନିବେଶ ଲାଗି ଆଗେଇ ଆସିବାକୁ ସେ ଆହ୍ବାନ ଜଣାଛନ୍ତି। ସରକାର କର୍ପୋରେଟ କ୍ଷେତ୍ରର ସମସ୍ୟାକୁ ଶୁଣିବା ସହ ଏହାର ସମାଧାନ ଲାଗି ପ୍ରୟାସ କରୁଛନ୍ତି। ଏହାବାଦ ଦେଶର ବିତ୍ତିୟ ନିଅଣ୍ଟ ଧାରାକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବାକୁ ସରକାର ପ୍ରତିଶ୍ରୁତିବଦ୍ଧ। ମାନ୍ଦାବସ୍ଥା ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବଜେଟ ସମୟ ପର୍ଯ୍ୟନ୍ତ ଅପେକ୍ଷା ନ କରି ପ୍ରଭାବିତ କ୍ଷେତ୍ରର ସମସ୍ୟା ସମାଧାନକୁ ନଜରରେ ରଖାଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

Share