ନିମନ୍ତ୍ରଣ କାର୍ଡ ଛାପୁଥିବା ବ୍ୟକ୍ତିଙ୍କୁ ଦେବାକୁ ପଡ଼ିବ କନ୍ୟା-ବରଙ୍କ ବୟସ ପ୍ରମାଣ !

ରାଞ୍ଚି,୨୫।୨: ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବାଲ୍ୟ ବିବାହ ଘଟଣା ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଚାଇଲ୍ଡ ଲାଇନ୍‌ ପକ୍ଷରୁ ଏଭଳି ବିବାହ ରୋକିବା ଲାଗି ରାଞ୍ଚିରେ ପ୍ରଶାସନ ପକ୍ଷରୁ ଏକ ଯୋଜନା କରାଯାଇଛି। ଯୋଜନା ଅନୁସାରେ ନିମନ୍ତ୍ରଣ କାର୍ଡ ଛାପୁଥିବା ବ୍ୟକ୍ତି ଏବଂ କ୍ୟାଟରରଙ୍କୁ କନ୍ୟା-ବରଙ୍କ ବୟସ ପ୍ରମାଣ ଦେବାକୁ ପଡ଼ିବ। ଏନେଇ ଚାଇଲ୍ଡ୍‌ ଲାଇନ୍‌ ସିଟି ଆଡଭାଇଜରୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଯୋଜନା ଲାଗି ଡିଡିସି ଅନନ୍ୟ ମିତ୍ତଲ ସହମତି ପ୍ରକାଶ କରିଛନ୍ତି। ଏନେଇ ସେ ଜିଲା ସମାଜ କଲ୍ୟାଣ ଅଧିକାରୀ ସୁମନ ସିଂଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧୦ ମାସ ମଧ୍ୟରେ ରାଞ୍ଚି ଜିଲାରେ ୨୪ଟି ବାଲ୍ୟ ବିବାହ ଘଟଣା ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଉଛି।

Share