Categories: ଜାତୀୟ

ନିମନ୍ତ୍ରଣ ପତ୍ରରେ ‘ସିଏଏ’କୁ ସମର୍ଥନ ଜଣାଇଲେ ବର

ନରସିଂପୁର,୧୮।୧: ସାରା ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଏପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ କେତେକ ସ୍ଥାନରେ ଏହାକୁ ସମର୍ଥନ ମଧ୍ୟ କରାଯାଉଛି। ଦିଲ୍ଲୀଠାରୁ ପଲ୍ଲୀ ପର୍ଯ୍ୟନ୍ତ ଏହାକୁ ନେଇ ଚର୍ଚ୍ଚା ବି ଜୋର ଧରିଛି। ତେବେ ସିଏଏର ସମର୍ଥନକୁ ନେଇ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ। ଯାହାକୁ ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏଠାରେ ଏକ ବିବାହ ନିମନ୍ତ୍ରଣ ପତ୍ରରେ ‘ଆଇ ସପୋର୍ଟ ସିଏଏ’ ବୋଲି ଲେଖାଯାଇ ବଣ୍ଟା ଯାଇଛି। ନରସିଂପୁର ଜିଲାରେ ୧୮ ଜାନୁୟାରୀରେ ହେବାକୁ ଥିବା ଏକ ବିବାହରେ ପ୍ରଭାତ(ମୋନୁ) ନାମକ ଯୁବକ ବିବାହ କରିବାକୁ ଯାଉଛନ୍ତି। ସେ ତାଙ୍କ ବିବାହ କାର୍ଡ ମାଧ୍ୟମରେ ସିଏଏକୁ ସମର୍ଥନ ଦେଉଥିବା ଦେଖାଯାଇଛି। ପ୍ରଭାତ କହିଛନ୍ତି ସେ ଏମିତି ଭାବେ ସିଏଏକୁ ନେଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛନ୍ତି। ଲୋକେ ଏହି ଆଇନକୁ ଠିକ୍‌ ଭାବେ ବୁଝନ୍ତୁ। ଏବେ ପ୍ରଭାତଙ୍କ ଏହି ବିବାହ କାର୍ଡ ଚର୍ଚ୍ଚାର ପରିସରକୁ ଆସିଯାଇଛି।

Share