ନିମାପଡ଼ା,୧୧ା୫(ଡି.ଏନ.ଏ): କରୋନା ସଂକ୍ରମଣ ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସରକାର ଗତ କିଛିଦିନ ତଳେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ନିମାପଡ଼ାରେ ମାସ୍କ ବିକ୍ରୟ କେନ୍ଦ୍ର ଖୋଲିଛି। ସୋମବାର ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନୂତନ ଭାବେ ଖୋଲିଥିବା ଏହି କେନ୍ଦ୍ରକୁ ବିଡିଓ ମନୋଜ କୁମାର ବେହେରା ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ, ଓଡ଼ିଶା ଜୀବିକା ମିଶନର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ମଧୁଛନ୍ଦା ପ୍ରଧାନ, ପ୍ରଦୀପ୍ତ ଖଟୋଇ ପ୍ରମୁଖ ଯୋଗଦେଇଥିଲେ। ଏହି କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ, ସାନିଟାଇଜର, ଫିନାଇଲ, ବ୍ଲିଚିଂ ପାଉଡର ପ୍ୟାକେଟ ସୁଲଭ ଦରରେ ଗ୍ରାହକ ପାଇପାରିବେ।