ନିମାପଡ଼ାରେ ଜବରଦଖଲ ଉଚ୍ଛେଦ

ନିମାପଡ଼ା,୧୧ା୯(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଡବ୍ଲ୍ୟୁ ପି(ସି) କେସ ନଂ. ୫୪୮୪/୧୯ ଅନୁଯାୟୀ ନିମାପଡ଼ା ରାଜସ୍ବ ବିଭାଗ ପକ୍ଷରୁ ବୁଧବାର ଦୋଳବେଦି ଛକରେ ଥିବା ସରକାରୀ ଜାଗାରୁ ଜବରଦଖଲ ହଟାଯାଇଛି। ପୋଲିସ ଫୋର୍ସ ସହାୟତାରେ ସ୍ଥାନୀୟ ତହସିଲଦାର କମଲଜିତ ଦାସ, ଅତିରିକ୍ତ ତହସିଲଦାର ଲୋଚନ ଦାସଙ୍କ ଉପସ୍ଥିତିରେ ଡ୍ରୋଜର ଲଗାଯାଇ ୫ଟି ଦୋକାନ ଭଙ୍ଗାଯାଇଥିଲା। ଦୋକାନ ଭାଙ୍ଗିଥିବା ୫ ବ୍ୟବସାୟୀଙ୍କୁ ଅନ୍ୟତ୍ର ଥଇଥାନ କରିବାକୁ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ପୁରୀ ଜିଲାପାଳଙ୍କ ନିକଟରେ ଦାବି ହୋଇଛି। ସ୍ଥାନୀୟ ଏନ୍‌ଏସି ଅଞ୍ଚଳର ବିଭିନ୍ନ ଛକରେ ଜବରଦଖଲ ଉଚ୍ଛେଦ ଜାରି ରହିବ ବୋଲି ତହସିଲଦାର ଦାସ କହିଛନ୍ତି।