ନିମିଷକେ ଭୁଶୁଡ଼ିଲା ପାଣିଟାଙ୍କି: ଭିଡ଼ିଓ ଭାଇରାଲ

କୋଲକତା,୨୩।୧: ସୋସିଆଲ୍‌ ମିଡ଼ିଆରେ ଗୁରୁବାର ଏକ ପାଣିଟାଙ୍କି ଭୁଶୁଡ଼ିବାର ଭିଡ଼ିଓ ଶେୟାର କରାଯାଇଛି। ଏହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓଟି ପଶ୍ଚିମବଙ୍ଗ ବାଙ୍କୁରା ଜିଲାର ବୋଲି କୁହାଯାଉଛି। ସ୍ଥାନୀୟ ସେରେଙ୍ଗା ଗାଁରେ ଥିବା ଏହି ପାଣିଟାଙ୍କିଟି ବୁଧବାର ଅପରାହ୍ନ ୩ଟାରେ ଭାର ସହି ନ ପାରି ଭୁଶୁଡ଼ି ପଡ଼ିଥିଲା। ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳ କିଛି ସମୟ ପାଇଁ ଜଳମଗ୍ନ ହୋଇଯାଇଥିଲା। ଏହାକୁ ଫେସବୁକ୍‌ , ଟୁଇଟର ଆଦି ସୋସିଆଲ୍‌ ମିଡ଼ିଆ ସାଇଟ୍‌ରେ ୟୁଜର ଅଧିକ ସଂଖ୍ୟାରେ ଶେୟାର କରୁଥିବା ଜଣାପଡ଼ିଛି।

Share