Categories: ବାଣିଜ୍ୟ

ନିମ୍ନ ସ୍ତରରେ ବିଜ୍‌ନେସ୍‌ ସେଣ୍ଟିମେଣ୍ଟ

କରୋନା ଯୋଗୁ ଦେଶର ମାନୁଫାକଚରିଂ କ୍ଷେତ୍ର କାର୍ଯ୍ୟକଳାପ ମାର୍ଚ୍ଚ ମାସରେ ହ୍ରାସ ଘଟିଛି। ଏହା ୪ ମାସର ସର୍ବନିମ୍ନ ସ୍ତର। କରୋନା ଏବଂ ଅନ୍ତର୍ଜାତୀୟ ବଜାରର ଚାହିଦା କମିବା ଯୋଗୁ ମାନୁଫାକଚରିଂ କମିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଆଇଏଚ୍‌ଏସ୍‌ ମାର୍କିଟ ଇଣ୍ଡିଆର ମାନୁଫାକ୍‌ଚରିଂ ପିଏମ୍‌ଆଇ ମାର୍ଚ୍ଚରେ ୫୧.୮%କୁ ଖସିଛି। ଏହା ଫେବୃୟାରିରେ ୫୪.୫% ରହିଥିଲା। ନଭେମ୍ବର ୨୦୧୯ ପରଠାରୁ ବାଣିଜି୍ୟକ ସ୍ଥିତି ନିମ୍ନରେ ରହିଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। କରୋନା ଯୋଗୁ କମ୍ପାନୀଗୁଡିକ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଥିବା ଆଇଏଚ୍‌ଏସ୍‌ ମାର୍କିଟର ଅର୍ଥନୀତିଜ୍ଞ ଇଲିୟଟ କେର୍‌ ସୂଚନା ଦେଇଛନ୍ତି। କରୋନା ଯୋଗୁ ବଜାର ଉପରେ ଖରାପ ପ୍ରଭାବ ଆଗାମୀ ଦିନଗୁଡିକରେ ମଧ୍ୟ ରହିବ ବୋଲି କେର୍‌ ମତ ପ୍ରକାଶ କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ, ଉଭୟ ଲକ୍‌ଡାଉନ ଏବଂ ଚାହିଦା ହ୍ରାସର ପ୍ରଭାବ ବଜାର ଉପରେ ରହିଛି। ନୂଆ ଅର୍ଡର ଆସିବା କମିବା ଯୋଗୁ ଏହାର ପ୍ରଭାବ ଉତ୍ପାଦନ ଉପରେ ପଡିଛି। ସେହିଭଳି ଘରୋଇ ବଜାରରୁ ରପ୍ତାନି ମଧ୍ୟ କମିଛି। ଏହାର ପ୍ରଭାବ ଶିଳ୍ପ ଉପରେ ରହିଛି ବୋଲି କେର୍‌ କହିଛନ୍ତି।

Share