ନୂଆଦିଲ୍ଲୀ,୩୧-୭: ରେଲଓ୍ବେରେ କର୍ମଚାରୀଙ୍କୁ ଛଟେଇ କରାଯିବ ନାହିଁ। ତେବେ ନିୟମିତ କାର୍ଯ୍ୟଧାରାର ସମୀକ୍ଷା ଲାଗି ଜୋନାଲ କାର୍ଯ୍ୟାଳୟଗୁଡ଼ିକୁ ପତ୍ର ଲେଖାଯାଇଛି ବୋଲି ସ୍ପଷ୍ଟୀକରଣରେ କୁହାଯାଇଛି। ୫୫ ବର୍ଷରୁ ଊର୍ଦ୍ଧ୍ୱ ଅଥବା ୩୦ ବର୍ଷ କାର୍ଯ୍ୟ କରିସାରିଥିବା ଏଭଳି କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ଜୋନାଲ ଅଫିସ୍କୁ କୁହାଯାଇଛି ବୋଲି ମଙ୍ଗଳବାର ରେଲଓ୍ବେ ପକ୍ଷରୁ କୁହାଯାଇଛି। ସେବା ସର୍ତ୍ତ ଅନୁପାଳନ କରିବା ଉଦ୍ଦେଶ୍ୟରେ ରେଲଓ୍ବେ ପକ୍ଷରୁ ନିୟମିତ ଭାବେ ଏହାର କର୍ମଚାରୀଙ୍କ କାର୍ଯ୍ୟର ସମୀକ୍ଷା କରାଯାଇଥାଏ। ୨୦୧୪-୧୯ ମଧ୍ୟରେ ଏହା ବିଭିନ୍ନ ଶ୍ରେଣୀରେ ପ୍ରାୟ ୧,୮୪,୨୬୨ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି।