Categories: ବାଣିଜ୍ୟ

ନିରନ୍ତର ଇନ୍ଧନ ଯୋଗାଣ ଜାରି ରଖିଛି ଇଣ୍ଡିଆନ ଅଏଲ

ନୂଆଦିଲ୍ଲୀ,୩୦। ୩ : ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଇନ୍ଧନ ଯୋଗାଣ କ୍ଷେତ୍ରରେ ଯେଭଳି ଅସୁବିଧା ନ ଉପୁଯେ ସେ ପ୍ରସଙ୍ଗକୁ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ ଅଏଲ ନଜରରେ ରଖିଛି। ବର୍ତ୍ତମାନର ସଙ୍କଟ ସମୟରେ ଇନ୍ଧନ ଯୋଗାଣ ଧାରା ଜାରି ରହିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଘଣ୍ଟିଆ ଇନ୍ଧନ ଯୋଗାଣ ଦିଗରେ ଉଦ୍ୟମ ଜାରି ରହିଛି ବୋଲି ଇଣ୍ଡିଆନ ଅଏଲର ଅଧ୍ୟକ୍ଷ ସଞ୍ଜୀବ ସିଂ ସୂଚନା ଦେଇଛନ୍ତି। ଏଥି ଲାଗି କମ୍ପାନୀ ଲକ୍ଷ୍ନୌରେ ଏକ ଓ୍ବାରରୁମ ସ୍ଥାପନ କରିଛି। ଏଠାରେ ଯୋଗାଣ ଚେନ୍‌, ରିଫାଇନେରୀର ପରିଚାଳନା ଭଳି ବିଭିନ୍ନ ଦିଗକୁ ମନିଟରିଂ କରାଯାଉଛି ବୋଲି ସିଂ କହିଛନ୍ତି। ବର୍ତ୍ତମାନ ସମୟରେ ସାରା ଦେଶର ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଉପଲବ୍ଧ ରହିଛି। ପେଟ୍ରୋଲ,ଡିଜେଲ ଏବଂ ଏଲ୍‌ପିଜି ଯୋଗାଣ ଦେଶରେ କୌଣସି ଅସବିଧା ନାହିଁ ବୋଲି ସେ ସୂଚନା ଦେଇଛନ୍ତି।

Share