ନିରନ୍ତର କୋଇଲା ଯୋଗାଣ ନେଇ ପଦକ୍ଷେପ

ଲକ୍‌ଡାଉନ ସମୟରେ ଜରୁରୀକ୍ଷେତ୍ରଗୁଡିକୁ ନିରନ୍ତର କୋଇଲା ଯୋଗାଣ ଜାରି ରଖିବା ଲାଗି କୋଇଲା ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏବେ ଦେଶର ଶକ୍ତି ଉତ୍ପାଦନକାରୀ ପ୍ଲାଣ୍ଟଗୁଡିକରେ ୪୧.୮ ନିୟୁତ ଟନ୍‌ କୋଇଲା ଗଚ୍ଛିତ ରହିଛି। ଏହା ଆଗାମୀ ୨୪ ଦିନ ଲାଗି ଜରୁରୀ ଆବଶ୍ୟକତା ମେଣ୍ଟାଇ ପାରିବ।କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲାଦ ଜୋଷୀ କହିଛନ୍ତି ଯେ, ଜରୁରୀ କ୍ଷେତ୍ରଗୁଡିକ ଯେଭଳି କୋଇଲା ଯୋଗାଣ ବାଧାପ୍ରାପ୍ତ ନ ହୁଏ ତାକୁ ଧ୍ୟାନରେ ରଖି କାର୍ଯ୍ୟକରିବା ଦିଗରେ ମନ୍ତ୍ରଣାଳୟ ସଜାଗ ରହିଛି। ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ମାନେ ସ୍ଥିତି ଉପରେ ପ୍ରତ୍ୟକ୍ଷ ଭାବେ ନଜର ରଖିଛନ୍ତି। କୋଇଲା ସଚିବ ଅନୀଲ କୁମାର ଜୈନ ଭିଡିଓକନଫରେନ୍ସି ଯୋଗେ ବୈଠକ କରିବା ସହ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ସ୍ଥିତି ଉପରେ ମନ୍ତ୍ରଣାଳୟ ଦୈନିକ ଭିତ୍ତିରେ ରିପୋର୍ଟ ସଂଗ୍ରହ କରୁଛି।

Share