Categories: ବାଣିଜ୍ୟ

ନିରନ୍ତର ସେବା ଯୋଗାଉଛନ୍ତି ତୈଳ ବିପଣନ କମ୍ପାନୀ

ଭୁବନେଶ୍ୱର, ୨।୪: କରୋନା ପାଇଁ ଏବେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ଏଭଳି ସ୍ଥିତିରେ ଦେଶର ତୈଳ ବିପଣନ କମ୍ପାନୀଗୁଡିକ ଲୋକଙ୍କୁ ନିରନ୍ତର ସେବା ଯୋଗାଣ ଧାରା ଜାରି ରଖିଥିବା ସୂଚନା ଦେଇଛନ୍ତି। ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଭଳି କମ୍ପାନୀ ଏଭଳି ସହାୟତା କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଦେଶର ଉର୍ଜା ଆବଶ୍ୟକତାକୁ ସୁନିଶ୍ଚିତ କରିବା ଦିଗରେ ତୈଳ ବିପଣନ କମ୍ପାନୀଗୁଡିକ ନିରନ୍ତର ଯୋଗଦାନ ରଖିଥିବା କହିଛନ୍ତି। ଏଲ୍‌ପିଜି ବିତରଣ ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ମତ୍ୟୁ ଘଟିଲେ ୫ ଲକ୍ଷ ସହାୟତା କରାଯିବ। ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ଆଗାମୀ ୩ ମାସ ଲାଗି ୩ଟି ସିଲିଣ୍ଡର ମିଳିବ। ଏହି ସମୟରେ ମଧ୍ୟ ଦେଶରେ ଏଲ୍‌ପିଜି ଯୋଗାଣ ଜାରି ରହିଛି। ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ବିପଣନ କମ୍ପାନୀଗୁଡିକ ୧୦୯୨ କୋଟି ଟଙ୍କା ଯୋଗଦାନ ରଖିଥିବା ଜଣାପଡିଛି।

Share