ଭୋଗରାଇ, ୧୨।୪(ଡି.ଏନ.ଏ.)-କରୋନା ଯୋଗୁ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସୀମାନ୍ତ ଚନ୍ଦନେଶ୍ୱର ମହାଦେବଙ୍କ ବିଶ୍ୱପ୍ରସିଦ୍ଧ ଚୈତ୍ର ଚଡ଼କ ମେଳା ଓ ଲକ୍ଡାଉନ ଅବଧି ବୃଦ୍ଧି ଯୋଗୁ ମହାଦେବଙ୍କ ମହାନୀଳପର୍ବ ପ୍ରଭାବିତ ହୋଇଛି। ହୁଗୁଳି ଗ୍ରାମର ଜଳଯନ୍ତ୍ର ଦେବତା ଚନ୍ଦନେଶ୍ୱରଠାରେ ଉପବୀତଧାରୀଙ୍କ ଭିଡ ନ ଥିଲା। ସବୁଆଡ଼େ ଖଁ। ଖଁ।। ମନ୍ଦିର ମୁଖ୍ୟ ଫାଟକରେ ତାଲା ପଡିଥିଲା।
ମହାନୀଳ ପର୍ବରେ ଶନିବାର ନଶିବସାନରୁ ମନ୍ଦିରରେ ନୀତିକାନ୍ତ ପୂଜାପାଠ ବ୍ରାହ୍ମଣଙ୍କ ଦ୍ୱାରା କରାଯାଇଥିବା ବେଳେ କେତେକ ସ୍ଥାନୀୟ ଶୈବଭକ୍ତମାନେ ମନ୍ଦିରକୁ ସାମାଜିକ ଦୂରତା ରକ୍ଷା କରି ଭକ୍ତିର ଦେବତା ଚନ୍ଦନେଶ୍ୱରଜୀଉଙ୍କଠାରେ ମାନସିକ ପୂଜାର୍ଚ୍ଚନା କରିଥିଲେ। ଭକ୍ତଙ୍କ ଭିଡ଼ ଦେଖି ପ୍ରଶାସନ ଓ ଟ୍ରଷ୍ଟବୋର୍ଡ ପକ୍ଷରୁ ସକାଳ ୭ଟାରେ ମନ୍ଦିର ଓ ମୁଖ୍ୟ ଫାଟକରେ ତାଲା ପକାଇ ଦିଆଯାଇଥିଲା। ବହୁ ମହିଳା ଭକ୍ତ ମନ୍ଦିର ଭିତରକୁ ପ୍ରବେଶ ନ କରିପାରି ଚନ୍ଦନେଶ୍ୱର ମନ୍ଦିରକୁ ଦୂରରୁ ଦର୍ଶନ କରି ମହାଦେବଙ୍କୁ ଆରାଧନା କରିଥିଲେ। ଅନ୍ୟ କେତେକ ଭକ୍ତ ପୂଜା କରି ନ ପାରି ପୂଜା ଡଲା ଧରି ଘରବାହୁଡ଼ା ଯାଇଥିଲେ।