ନିରାଡମ୍ବରରେ ପାଳନ ହେଲା ଶୀତଳଷଷ୍ଠୀ

ବଲାଙ୍ଗୀର ଅଫିସ, ୨୭ା୫-କରୋନା ମହାମାରୀ ଚଳିତବର୍ଷର ଶୀତଳଷଷ୍ଠୀ ପୂଜନୋତ୍ସବକୁ ଅନାକର୍ଷଣୀୟ କରିଦେଇଥିଲେ ମଧ୍ୟ ଭକ୍ତଙ୍କ ଆସ୍ଥାକୁ କମାଇ ପାରିନାହିଁ ା ବଲାଙ୍ଗୀରରେ କରୋନା ମହାମାରୀକୁ ଆଖି ଆଗରେ ରଖି ଭକ୍ତ ଓ ସଚେତନ ନାଗରିକମାନେ ନିରାଡମ୍ବର ଭାବେ ଶୀତଳଷଷ୍ଠୀ ପୂଜା ପାଳନ କରିଛନ୍ତି ା ବୁଧବାର ଯଥାରୀତି ଅନୁସାରେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମନ୍ଦିର ପ୍ରାଙ୍ଗଣରେ ଶିବବିବାହ ସୁରୁଖୁରୁରେ ସମ୍ପନ୍ନ ହୋଇଛି। ଶୀତଳଷଷ୍ଠୀ ଉତ୍ସବ ପାଇଁ ସର୍ବପ୍ରଥମେ ଅକ୍ଷୟ ତୃତୀୟ ଦିନ ଥାଳଉଠା କାର୍ଯ୍ୟକ୍ରମ ଓ ପରବର୍ତ୍ତି ପର୍ଯ୍ୟାୟରେ ପତରପେଣ୍ଡି ଓ ଦେବନିମନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା ା ବୁଧବାର ସକାଳେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା ା ଏହି ବିବାହ ଉତ୍ସବରେ ରାଧାରଣୀପଡା ତରଫରୁ କନ୍ୟାପିତା-ମାତା ଭାବେ ଦୀପକ ଚୌଧୁରୀ ଓ ଜାନ୍ମବୀ ଚୌଧୁରୀ ଦାୟିତ୍ୱ ତୁଲାଇଥିଲେ ା ବରପିତା-ମାତା ଭାବେ ଭୁଜନ୍ଦର ସେଠ ଓ ସୁନିତା ସେଠ ଦାୟିତ୍ୱ ତୁଲାଇଥିଲେ ା ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କୋଭିଡ୍‌ ୧୯ କଟକଣା ଓ ସର୍ତ୍ତାବଳୀକୁ ପାଳନ ପୂର୍ବକ ଦେବଦମ୍ପତ୍ତିଙ୍କ ବିବାହ ସମ୍ପାଦିତ ହୋଇଥିଲା ା