ନିରାଡ଼ମ୍ବରରେ ପାଳିତ ହେଲା ସୁନାମୁହିଁଙ୍କ ଚଡ଼କ ଯାତ୍ରା

ଭଣ୍ଡାରିପୋଖରୀ, ୧୭।୪ (ଡି.ଏନ.ଏ.)-ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ବୈତରଣୀ ନଦୀକୂଳେ ବିରାଜମାନ ପ୍ରତ୍ୟକ୍ଷ ଦେବୀ ମା ସୁନାମୁହିଁଙ୍କ ପୀଠଠାରେ ଚଳିତବର୍ଷ ଚଡକ ଯାତ୍ରା ନିରାଡ଼ମ୍ବରରେ ପାଳିତ ହୋଇଛି। ଚଡକ ଯାତ୍ରାରେ ଠାକୁରାଣୀଙ୍କ ପୂଜାର୍ଚ୍ଚନା, ଚରକ ଖୁଣ୍ଟ ପୂଜା, ଚରକି ଦୋଳି ଅନୁଷ୍ଠିତ ହୋଇଥିଲା। ଚରିକି ଖୁଣ୍ଟରେ କାଳିସି, ପାଟୁଆ ବସିଥିଲେ। ବ୍ରାହ୍ମଣ (ପୂଜକ) ବ୍ରଜକିଶୋର ପଣ୍ଡା,ଦେହୁରୀ କୃଷ୍ଣ ଚନ୍ଦ୍ର ମାଝୀ, କାଳୀସି ମାଗୁଣି ଦଳେଇ, ପାଟୁଆ ମାଧବାନନ୍ଦ ବେହେରାଙ୍କ ଉପସ୍ଥିତିରେ ହୋଇଥିଲା। ଲକଡାଉନ ଯୋଗୁ ଭକ୍ତ ମାନେ ସ୍ବତଃପ୍ରବୃତ ଭାବେ ନ ଆସି ଦଶ ଜଣ ଭିତରେ ଆସିଥିଲେ। ଏହି ଯାତ୍ରା କମିଟି ନିଷ୍ପତ୍ତି ଅନୁଯାୟୀ ସାମାଜିକ ଦୂରତା ପାଳନ କରି ଉତ୍ସବ ପାଳନ କରାଗଲା। କମିଟି ସଭାପତି ଗୋଲକ ବେହେରା, ସମ୍ପାଦକ ଉମାକାନ୍ତ ଜେନା,ଅନନ୍ତ କିଶୋର ଜେନା,ଗୌରାଙ୍ଗ ମହାପାତ୍ର, ଜଗନ ଭାରତୀ, ଅନିରୁଦ୍ଧ ଜେନା,ରବିନାରାୟଣ ଜେନା ଓ ଗ୍ରାମବାସୀ ପ୍ରମୁଖଙ୍କ ସହଯୋଗରେ ନିରାଡ଼ମ୍ବରରେ ପାଳିତ ହୋଇଥିଲା।