ନିରାଡ଼ମ୍ବରରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଉତ୍ସବ ପାଳିତ

ଭଣ୍ଡାରିପୋଖରୀ, ୧୭।୪ (ଡିି.ଏନ.ଏ.)-ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକ ନିରାଡ଼ମ୍ବରରେ ଭଣ୍ଡାରିପୋଖରୀ ବ୍ଲକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ପଷ୍ପମାଲ୍ୟ ଅର୍ପଣ କରାଯାଇ ଶେଷ ହୋଇଥିଲା।ଏଥିରେ ବିଜୁ ଜନତା ଦଳ ଭଣ୍ଡାରିପୋଖରୀ ବ୍ଲକ ସଭାପତି ଲଷ୍ମୀଧର ନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ପ୍ରଣୀତକାନ୍ତ ସାମଲ, ପୂର୍ବତନ ସରପଞ୍ଚ ସତ୍ୟାନନ୍ଦ ମହାପାତ୍ର,ଦେବେନ୍ଦ୍ର ଦାଶ,ହେମନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ।