ନିରାଡ଼ମ୍ବର ଭାବେ ମଧୁବାବୁଙ୍କ ଜୟନ୍ତୀ ପାଳିତ

ବାଲେଶ୍ୱର ଅଫିସ,୨୮।୪- ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ତରଫରୁ ମଧୁସୂଦନ ଦାସଙ୍କ ୧୭୩ତମ ଜୟନ୍ତୀ ଉତ୍ସବ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ସାରା ବିଶ୍ୱରେ ଉପୁଜିଥିବା ମହାମାରୀକୁ ଆଖି ଆଗରେ ରଖି ସାମାଜିକ ଦୂରତା ବଳୟ ମଧ୍ୟରେ କଚେରୀ ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପରିଷଦର ସଭାପତି ତଥା ଅଖିଳ ଭାରତ କ୍ଷୁଦ୍ରମଧ୍ୟମ ସମ୍ବାଦପତ୍ରର ରାଷ୍ଟ୍ରୀୟ ଉପସଭାପତି ଲକ୍ଷ୍ମୀ ନାରାୟଣ ମହାନ୍ତି, ସମ୍ପାଦକ ପୁରୁଷୋତ୍ତମ ବିଶ୍ୱାଳଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଜୟନ୍ତୀ ଉତ୍ସବରେ ତ୍ରିଦୀପ୍‌ କୁମାର ନାୟକ, ବିନୋଦ ନାୟକ, ଶୁଭେନ୍ଦୁ କୁମାର ପଟ୍ଟନାୟକ, ପ୍ରଜ୍ଞା ପରମିତା ମହାନ୍ତି, ଗୌରାଙ୍ଗ ଚନ୍ଦ୍ର ପାଣିଗ୍ରାହୀ, ସତ୍ୟପ୍ରିୟ ମହାନ୍ତି, ନିରଞ୍ଜନ ପରିଡ଼ା, ଡ. ସୋମାପିକା ପରିଡ଼ା, ମନୋଜ କୁମାର ନାୟକ, ପ୍ରତାପ କେଶରୀ ଦାସ, ଅଜୟ କୁମାର ପାତ୍ର, ପିନାକୀ ଧିର, ସୁଧାଂଶୁ ଦାସ ପ୍ରମୁଖ ବିଶେଷ ଭାବରେ ସାମାଜିକ ସୁରକ୍ଷା ରକ୍ଷା କରି ମଧୁସୂଦନ ଦାସଙ୍କ ଗୁଣଗାରିମାକୁ ବଖାଣିଥିଲେ। ଶେଷରେ ସଭାପତି ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।