Categories: ବାଣିଜ୍ୟ

ନିରାପତ୍ତା କାର୍ଯ୍ୟ ଲାଗି ବାତିଲ ରହିବ ୩ ଟ୍ରେନ

ଭୁବନେଶ୍ୱର,୭-୨: ପାରାଦୀପ ରେଳ ଷ୍ଟେଶନଠାରେ ହରିଦାସପୁର-ପାରାଦୀପ ନୂଆ ରେଳ ଲାଇନ ସଂଯୋଗ ସମ୍ବନ୍ଧୀୟ ନିରାପତ୍ତା ତଥା ଆଧୁନିକୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ଏହା ଫଳରେ କଟକ-ପାରାଦୀପ ରେଳ ସେକ୍ସନରେ ଆସନ୍ତା ୭ ତାରିଖଠାରୁ ୯ ତାରିଖ ତାରିଖ ପର୍ଯ୍ୟନ୍ତ ୩ ଟ୍ରେନ ବାତିଲ ରହିବ। ଏହା ମଧ୍ୟରେ ପୁରୀ-ପାରାଦୀପ ଇଣ୍ଟରସିଟି ଏକ୍ସପ୍ରେସ ସହ ୨ଟି ଲୋକାଲ ଟ୍ରେନ ସାମିଲ ରହିଛି। ପୁରୀ-ପାରାଦୀପ-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ଦିଗରୁ ବାତିଲ ହେବ। ସେହିଭଳି କଟକ-ପାରାଦୀପ-କଟକ ମେମୁ ଉଭୟ ଦିଗରୁ ଏବଂ କଟକ-ପାରାଦୀପ-କଟକ ପାସେଞ୍ଜର ଉଭୟ ଦିଗରେ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।

Share