ଭୁବନେଶ୍ୱର,୬।୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ କର୍ମଚାରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ଉଦ୍ୟମ ଜାରି ରହିଛି। କମ୍ପାନୀ ପକ୍ଷରୁ ଏହାର ପ୍ରତି ବିତରଣ କେନ୍ଦ୍ରଗୁଡିକରେ ସାନିଟାଇଜ ବ୍ୟବସ୍ଥାକୁ ବ୍ୟାପକ କରାଯାଇଛି। ଶୋ’ରୁମ୍ ଏବଂ ଓ୍ବାର୍କଶପରେ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯାଇଛି। ଗ୍ରାହକ ଏବଂ କର୍ମଚାରୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯାଇଥିବା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ର ଏମ୍ଡି ତଥା ସିଇଓ ଏସ୍.ଏସ୍. କିମ୍ କହିଛନ୍ତି। ଗ୍ରାହକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଏବଂ ଓ୍ବାର୍କଶପଗୁଡିକୁ ସୁରକ୍ଷିତକରି ରଖାଯିବା ସହ ସ୍କ୍ରିନିଂ ସମେତ ଅନ୍ୟ ବ୍ୟବସ୍ଥା ହାତକୁ ନିଆଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।