ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ମିଳୁ: ମୋଦିଙ୍କୁ ଚିଠି ଲେଖିଲେ ପାମେଲା

ନୂଆଦିଲ୍ଲୀ: ବଓ୍ବୋଚ୍‌ ଆଇକନ୍‌ ତଥା ବିଗ୍‌ବସ୍‌ର ପୂର୍ବତନ ଗେଷ୍ଟ ପାମେଲା ଆଣ୍ଡରସନ୍‌ ନିରାମିଷ ଖାଦ୍ୟକୁ ପ୍ରୋତ୍ସାହନ ଦେବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସମସ୍ତ ସରକାରୀ ବୈଠକ ଓ କାର୍ଯ୍ୟକ୍ରମରେ ନିରାମିଷ ଖାଦ୍ୟ ପରିବେଷଣ ପାଇଁ ସେ ପିପୁଲ୍‌ ଫର୍‌ ଏଥିକାଲ୍‌ ଟ୍ରିଟ୍‌ମେଣ୍ଟ ଅଫ୍‌ ଆନିମଲ୍ସ (ପେଟା) ତରଫରୁ ଅନୁରୋଧ କରିଛନ୍ତି। ଭାରତର ଜଳବାୟୁ ପରିବର୍ତ୍ତନ ନିରୋଧୀ ଲଢ଼େଇ ପାଇଁ ସୁସ୍ବାଦୁ ବ୍ୟଞ୍ଜନ (ସମ୍ପୂର୍ଣ୍ଣ ଶାକାହାରୀ) ବିଶେଷ ସହାୟକ ହେବ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି। ମାଂସ, ଅଣ୍ଡା ଆଦି ପାଇଁ ପ୍ରାଣୀ ହତ୍ୟା ଏକ-ପଞ୍ଚମାଂଶ ମାନବକୃତ ସବୁଜଗୃହ ଉତ୍ସର୍ଜନ କରାଇଥାଏ। ତେଣୁ ନ୍ୟୁଜିଲାଣ୍ଡ, ଚାଇନା ଓ ଜର୍ମାନୀ ଭଳି ଭାରତରେ ମଧ୍ୟ ଶାକାହାରୀ ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବା ପାଇଁ ୫୨ ବର୍ଷୀୟା ଅଭିନେତ୍ରୀ ତଥା ପେଟା ଡାଇରେକ୍ଟର ପାମେଲା ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Share