ଛତ୍ରପୁର,୨୫ା୩(ଡି.ଏନ୍.ଏ.)-କରୋନା ପ୍ରତିହତ ନିମନ୍ତେ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସମସ୍ତ ଆହାର କେନ୍ଦ୍ରକୁ ରାଜ୍ୟ ସରକାର ବନ୍ଦ କରିଛନ୍ତି। କେବଳ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ର ଖୋଲାଯିବ ବୋଲି ନିର୍ଦ୍ଦେଶ ହୋଇଛି। ଏଭଳି ସ୍ଥିତିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲାର ସହରାଞ୍ଚଳରେ ନିରାଶ୍ରୟମାନଙ୍କ ନିମନ୍ତେ ଆହାର ଗାଡ଼ି ବୁଲାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଗାଡ଼ି ଦ୍ୱାରା ନିରାଶ୍ରୟଙ୍କୁ ୫ ଟଙ୍କାରେ ଖାଦ୍ୟ ପୁଡ଼ିଆ ଯୋଗାଇ ଦିଆଯିବ। ଆହାର ଗାଡ଼ି ସମସ୍ତ ବସ୍ତି ବୁଲିବ ବୋଲି ସୂଚନା ଦିଆଯାଇଛି। ରୋଷେଇ ଓ ଖାଦ୍ୟ ପୁଡ଼ିଆ ବଣ୍ଟନ ବେଳେ ସତର୍କତା ଅବଲମ୍ବନ କରାଯିବ। ବୁଧବାର ଏକ ଜରୁରୀ ବୈଠକରେ ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି।