Categories: ଖେଳ

ନିରାଶ କଲେ ଜ୍ୟୋତ୍ସ୍ନା

କାଇରୋ, ୨୯।୧୦ (ପି.ଟି.)- ଭାରତର ଏକ ନମ୍ବର ସ୍କ୍ବାଶ ଖେଳାଳି ଜ୍ୟୋତ୍ସ୍ନା ଚିନ୍ନାପା ସିଆଇବି ପିଏସ୍‌ଏ ମହିଳା ବିଶ୍ୱ ଚାମ୍ପିୟନଶିପ୍‌ର ପ୍ରି-କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ରାଉଣ୍ଡ-୧୬’ର ମ୍ୟାଚ୍‌ରେ ଟପ୍‌ ସିଡ୍‌ ଇଜିପ୍ଟର ନୁର୍‌ ଏଲ୍‌ ଶେର୍‌ବିନିଙ୍କ ନିକଟରୁ ପରାସ୍ତ ହୋଇ ଜ୍ୟୋତ୍ସ୍ନା ନିରାଶ କରିଛନ୍ତି। ବିଶ୍ୱ ମାନ୍ୟତାର ଦ୍ୱାଦଶ ସ୍ଥାନରେ ରହିଥିବା ଜ୍ୟୋତ୍ସ୍ନା ଏହି ମ୍ୟାଚ୍‌ରେ ୦-୩ (୫-୧୧, ୩-୧୧, ୬-୧୧) ସିଧାସଳଖ ସେଟ୍‌ରେ ନୁର୍‌ଙ୍କ ନିକଟରୁ ହାରିଯାଇଛନ୍ତି। ଶେର୍‌ବିନିଙ୍କ ନିକଟରୁ ଜ୍ୟୋତ୍ସ୍ନାଙ୍କ ଏହା ଲଗାତର ୨ୟ ପରାଜୟ। ଏଥିପୂର୍ବରୁ ୨୦୧୭ ଚାଇନା ସ୍କ୍ବାଶ ଓପନ୍‌ରେ ସେ ଏହି ଇଜିପ୍ଟ ଖେଳାଳିଙ୍କ ନିକଟରୁ ହାରିଯାଇଥିଲେ। ପୂର୍ବରୁ ଜ୍ୟୋତ୍ସ୍ନା ରାଉଣ୍ଡ-୩୨ରେ ହଂକଂର ଜୋ ତିଜି ଲୋକ୍‌ଙ୍କୁ ମାତ୍‌ ଦେଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଥିଲେ।

Share