ନିରାଶ ହେଲେ ଭାଜପା ଏମ୍‌ପି ଅନନ୍ତ ନାୟକଙ୍କ ସମର୍ଥକ

ଆନନ୍ଦପୁର,୨୫ା୫(ସ୍ବ.ପ୍ର.): ମୋଦି ଲହର ସାଙ୍ଗକୁ ବିଜୟୀ ହେବାର ଆଶା କେନ୍ଦୁଝର ଜିଲା ଭାଜପା ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସପକ୍ଷରେ ରହି ଆସିଥିବାବେଳେ ଭୋଟଗଣତି ପରେ ତାଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଆନନ୍ଦପୁରର ଭାଜପା ସମର୍ଥକ ଓ ଦଳୀୟ ନେତା। କେଉଁ କାରଣରୁ ସେ ହାରିଲେ ସେନେଇ ଚାଲିଛି ଚର୍ଚ୍ଚା। କେହି କେହି କ୍ରସ୍‌ ଭୋଟିଂ ଯୋଗୁ ଏମ୍‌ପି ପ୍ରାର୍ଥୀ ପରାଜୟ ହେଲେ ବୋଲି କହୁଥିବାବେଳେ ଆଉ କେହି ଦଳୀୟ କନ୍ଦଳ ପରାଜୟର ମୁଖ୍ୟ କାରଣ ବୋଲି ମତ ଦେଉଛନ୍ତି। ଆନନ୍ଦପୁର ଓ ଘଷିପୁରା ବିଧାନସଭା ଆସନରେ ଭାଜପାର ଭୋଟ ହାର ଯଥେଷ୍ଟ ବୃଦ୍ଧି ପାଇଥିବାବେଳେ ଏମ୍‌ପି ପ୍ରାର୍ଥୀଙ୍କ ପରାଜୟ ଭାଜପା ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ୨୦୦୯ରେ ଆନନ୍ଦପୁର ନିର୍ବାଚନମଣ୍ଡଳୀରେ ଭାଜପା ବିଧାୟକ ପ୍ରାର୍ଥୀ ୧୦ ହଜାର ୬୪୪ ଖଣ୍ଡ ଭୋଟ ପାଇଥିଲେ। ୨୦୧୪ରେ ୧୨ ହଜାର ୬୬୪ ଖଣ୍ଡ ଏବଂ ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନରେ ଭାଜପା ୩୧ ହଜାର ୫୫୪ ଖଣ୍ଡ ଭୋଟ ହାତେଇଥିଲା। ସେହିଭଳି ଘଷିପୁରା ନିର୍ବାଚନମଣ୍ଡଳୀକୁ ଦେଖିଲେ ୨୦୦୯ରେ ଭାଜପାକୁ ୯୬୮୯, ୨୦୧୪ରେ ୨୦ ହଜାର ୨୯୮ ଏବଂ ୨୦୧୯ରେ ୨୭ ହଜାର ୫୭୯ ଖଣ୍ଡ ଭୋଟ ମିଳିଥିଲା। ଏହିକ୍ରମରେ ଉଭୟ ନିର୍ବାଚନମଣ୍ଡଳୀରେ ଭାଜପା ଭୋଟ ବୃଦ୍ଧି ପାଇବା ସହିତ ଜିଲାର ଅନ୍ୟ ଆସନ ଚମ୍ପୁଆ, ପାଟଣା, ସଦର, ତେଲକୋଇ, କରଞ୍ଜିଆ ଆଦି ବିଧାନସଭା କ୍ଷେତ୍ରରେ ଭାଜପା ଭୋଟ ହାର ବୃଦ୍ଧି ପାଇଛି। ତେବେ ଭାଜପା ଏମ୍‌ପି ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ଥାଇ ମଧ୍ୟ ପରାଜୟ ସ୍ବୀକାର କରିବା ଦଳୀୟ କର୍ମୀ ତଥା ଭାଜପା ସମର୍ଥକଙ୍କୁ ମର୍ମାହତ କରିଛି। କେନ୍ଦୁଝର ଜିଲାରେ ଭାଜପା ଏମ୍‌ପି ଭାବେ ପୂର୍ବରୁ ଅନନ୍ତ ନାୟକ ଦୁଇ ଦୁଇ ଥର ବିଜୟଲାଭ କରି ଲୋକପ୍ରିୟତାର ଶୀର୍ଷରେ ରହି ଆସିଥିଲେ। ତେବେ ଚଳିତ ୨୦୧୯ ନିର୍ବାଚନରେ ଅନନ୍ତ ନାୟକ ସ୍ବଳ୍ପ ବ୍ୟବଧାନରେ ବିଜେଡିର ଚନ୍ଦ୍ରାଣୀ ମୁର୍ମୁଙ୍କଠାରୁ ପରାଜିତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲୁନି ଧାନ ମଣ୍ଡି: ଆନ୍ଧ୍ରକୁ ଯାଉଛି ଗାଁର ଧାନ

ପଞ୍ଚଲିଙ୍ଗେଶର,୧୪।୧୨(ଲେଲିନ କୁମାର ଦେ): କୁଇଣ୍ଟାଲ ପିଛା ସରକାରୀ ଫାଇନ (ଆରଏମସି ) ମାତ୍ର ୨୩ ଟଙ୍କାରେ ଆନ୍ଧ୍ରକୁ ଯାଉଛି ଓଡିଶାର ଧାନ। ଖୋଲୁନି ମଣ୍ଡି ବୋଲି...

ପାଚେରିରେ ପିଟି ହେଲା ବାଇକ: ଚାଲିଗଲା ୨ ଜୀବନ

ଲୋଇସିଂହା,୧୩।୧୨(ସୁଶାନ୍ତ ବାରିକ): ବଲାଙ୍ଗୀର ବରଗଡ ୨୬ ନଂ ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ସାଲେଭଟା ଅଙ୍ଗନଦୀ ସେତୁ ପାଚେରିରେ ଏକ ବାଇକ ପିଟି ହେବାରୁ...

ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼

ଭୋଗରାଇ,୧୧ା୧୨(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସୈକତ ସହରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ତୋଫାନୀ ଗସ୍ତ କରି ନିଉ ଦୀଘାରେ...

୨କୋଟିର ବ୍ରାଉନ୍‌ସୁଗାର ଜବତ: ବଡ଼ଭାଇ ଗିରଫ, ସାନଭାଇ ଚମ୍ପଟ

ବାଲେଶ୍ୱର,୮।୧୨(ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ବିଭାଗକୁ ମିଳିଛି ବଡ଼ ସଫଳତା। ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅଡ଼ରବଜାରର ଜଣେ ବ୍ରାଉନ୍‌ସୁଗାର ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇ ୨କିଲୋ...

ଜ୍ୱାଇଁଙ୍କ ଘର ଆଗରେ ଝିଅର ଜୁଇ ଜାଳିଲେ ବାପା: ଜାଣନ୍ତୁ କାହିଁକି

ଭୋଗରାଇ, ୭l୧୨(ପ୍ରଦୀପ ଦାସ): ବିବାହିତ ଝିଅକୁ ହତ୍ୟା କରିବା ଅଭିଯୋଗରେ ଜ୍ୱାଇଁ ଗୁରୁବାର ଗିରଫ ହୋଇଛନ୍ତି। ଏଭଳିସ୍ଥିତିରେ ମୃତା ମହିଳାଙ୍କ ବାପଘର ଲୋକେ ଶୁକ୍ରବାର ତାଲାପଡ଼ିଥିବା...

ନୀଳଗିରିରେ ପଶିଲେ ୫୫ ଟିକିଆ ହାତୀପଲ: ବନାଞ୍ଚଳବାସୀ ଆତଙ୍କିତ

ନୀଳଗିରି, ୭।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ୱର ଜିଲା ନୀଳଗିରିକୁ ପ୍ରବେଶ କଲେ ୫୫ ଟିକିଆ ଝାଡଖଣ୍ଡୀ ହାତୀପଲ। ଝାଡଖଣ୍ଡୀ ଦଲମା ଜଙ୍ଗଲରୁ ଗତ ୨୦୧୦ ମସିହାରୁ...

ମାଣବସା ଗୁରୁବାରରେ ସ୍ତ୍ରୀଙ୍କ ଜୀବନ ନେଇଗଲେ ସ୍ବାମୀ, ଅଟକ ରଖିଲା ପୋଲିସ

ଭୋଗରାଇ,୫ା୧୨(ପ୍ରଦୀପ ଦାସ): ଘରୋଇ କଳହରୁ ମାର୍ଗଶିର ମାସ ମାଣବସା ଗୁରୁବାରରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବାର ଭୋଗରାଇ ଥାନାରେ ଅଭିଯୋଗ ହୋଇଛି l...

ବନ୍ଦର ବିରୋଧରେ ତେଜୁଛି ଅସନ୍ତୋଷ

ବାଲିଆପାଳ, ୪।୧୨(ଗୋପାଳ ଚନ୍ଦ୍ର ସାହୁ):ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ସମୁଦ୍ର ଉପକୂଳ ଚଉମୁଖଠାରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ପାଇଁ ଚଳିତ ମାସ ୧୭ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri