କେନ୍ଦୁଝର, ୨୩।୩(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲାରେ ବିଦେଶ ଫେରନ୍ତା ୩୪ଜଣଙ୍କ ସମେତ ରାଜ୍ୟ ବାହାରୁ ଆସିଥିବା ମୋଟ ୭୯୯ ଜଣଙ୍କ ନାମ ସ୍ବାସ୍ଥ୍ୟ ବିଭାଗରେ ପଞ୍ଜୀକରଣ କରାଯାଇଛି। ଏମାନଙ୍କ ମଧ୍ୟରୁ ୩୪ଜଣଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇ ନିରୀକ୍ଷଣରେ ରଖାଯାଇଛି। ଏହାମଧ୍ୟରେ ୬ଜଣଙ୍କୁ ଚିକିତ୍ସା ପରେ ଛାଡ଼ିଦିଆଯାଇଥିବା ପ୍ରଶାସନ ପକ୍ଷରୁ ପ୍ରେସ ବିବୃତ୍ତିରେ ଦର୍ଶାଯାଇଛି। ଅନ୍ୟ ସନ୍ଦିଗ୍ଧମାନଙ୍କୁ ଆଇସୋଲେଶନ ବ୍ୟବସ୍ଥାରେ ରଖାଯାଇ ଚିକିତ୍ସା କରାଯାଉଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ନଜର ରଖାଯାଇଛି।