ନିର୍ଗୁଣ୍ଡି ପଞ୍ଚାୟତକୁ ବିଶୋଧନ କରାଗଲା

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଗୁରୁବାର ଭଣ୍ଡାରିପୋଖରୀ ବ୍ଲକ ନିର୍ଗୁଣ୍ଡି ପଞ୍ଚାୟତକୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି। ସରପଞ୍ଚ ନମିତା ପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରଥମେ ମହୁରା ସ୍ଥିତ ସ୍କୁଲରେ ହୋଇଥିବା ସମାହିକ ସ୍ବାସ୍ଥ୍ୟକେନ୍ଦ୍ରକୁ ବିଶୋଧନ ପରେ ଶିବବିନ୍ଧା, ଗୁହାଳିଆ, ମଜୁରିଗଡ଼ିଆ, ଅନନ୍ତପୁର, ରାଜେନ୍ଦ୍ରପୁର, ପିରିପୁର, ନିର୍ଗୁଣ୍ଡି ପ୍ରମୁଖ ଗ୍ରାମକୁ ବିଶୋଧନ କରାଯାଇଥିଲା। ଏହାଛଡା ଲକଡାଉନ ସମୟରେ ଜନସାଧାରଣ ସଚେତନତା ଅବଲମ୍ବନ କଲେ କରୋନା ଭଳି ମହାମାରୀରୁ ରକ୍ଷା ପାଇ ପାରିବେ ବୋଲି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ଅଧିକାରୀ ରମାକାନ୍ତ ମଲୀକ, ସରପଞ୍ଚ ପ୍ରତିନିଧି ବାବାଜି ଚରଣ ଜେନା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜୟଦେବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।