Categories: ଜାତୀୟ

ନିର୍ଦ୍ଦଳୀୟ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ: କର୍ନାଟକ ସଙ୍କଟ ପୁଣି ଲଟକି ରହିବା ସମ୍ଭାବନା

ନୂଆଦିଲ୍ଲୀ,୨୨।୭: କର୍ନାଟକରେ ରାଜନୈତିକ ସଙ୍କଟ ଜାରି ରହିଛି। ସୋମବାର ନିର୍ଦ୍ଦଳୀୟ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ନିର୍ଦ୍ଦଳୀୟ ବିଧାୟକ ମୁକୁଲ ରୋହତଗୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଶୀଘ୍ର ଶକ୍ତି ପରୀକ୍ଷା ଆବେଦନର ଶୁଣାଣି କରିବାକୁ ମନା କରିଛନ୍ତି। ଏତେ ଶୀଘ୍ର ଶୁଣାଣି ଅସମ୍ଭବ ବୋଲି ସେ କହିଛନ୍ତି। ଫଳରେ କର୍ନାଟକ ସଙ୍କଟ ପୁଣି ଲଟକି ରହିବାର ସମ୍ଭାବନା ସୃଷ୍ଟି ହୋଇଛି। ଅପରପକ୍ଷରେ ବାଚସ୍ପତି କେ.ରାମପ୍ପା ରମେଶ କୁମାର ଶକ୍ତି ପରୀକ୍ଷା ଶୀଘ୍ର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କଂଗ୍ରେସ ବିଧାୟକ ବି.ନାଗେନ୍ଦ୍ରଙ୍କ ହାର୍ଟ ସର୍ଜରୀ ହୋଇଥିବାରୁ ସେ ମଙ୍ଗଳବାର ଗୃହରେ ଉପସ୍ଥିତ ରହିବାର ଆଶା ରହିଛି। ସେହିପରି ବିଦ୍ରୋହୀ ବିଧାୟକଙ୍କୁ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ସାକ୍ଷାତ୍‌ ପାଇଁ ବାଚସ୍ପତି ସମୟ ଦେଇଛନ୍ତି।

Share