ନିର୍ଦ୍ଦେଶକଙ୍କ କାନ୍ଧ ଉପରେ ପାଦ ରଖିଦେଲେ ଡିମ୍ପଲ

ମୁମ୍ବାଇ: ୮୦ ଦଶକର ଷ୍ଟାଇଲିସ ନାୟିକାଙ୍କ ମଧ୍ୟରେ ଡିମ୍ପଲ କାପାଡିଆ ସବୁଠୁ ଆଗରେ କହିଲେ କିଛି ଭୁଲ୍‌ ହେବନାହିଁ। ଆଉ ଆଜିବି ତାଙ୍କ ଷ୍ଟାଇଲ ଦେଖିଲେ ଯେ କେହି ଅନାଇ ରହିଯାଉଛନ୍ତି। ଡିମ୍ପଲ ଏବେ ତାଙ୍କ ଆଗାମୀ ଫିଲ୍ମ ‘ଇଂଲିଶ ମିଡିୟମ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏହା ହେଉଛି ‘ହିନ୍ଦୀ ମିଡିୟମ’ ଫିଲ୍ମର ସିକ୍ୟୁଏଲ। ‘ଇଂଲିଶ ମିଡିୟମ’ଫିଲ୍ମର ନିର୍ଦ୍ଦେଶକ ହୋମି ଅଦଜାନିୟା ଏବେ ଡିମ୍ପଲଙ୍କର ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଡିମ୍ପଲ ହୋମିଙ୍କ କାନ୍ଧରେ ପାଦ ରଖିଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ହୋମି ଡିମ୍ପଲଙ୍କ ଝିଅ ଟ୍ୟୁଙ୍କିଲ ଖାନ୍ନାଙ୍କ ସହ ଟ୍ୟାଗ କରି ଏଥିରେ ମଜାଳିଆ ଢଙ୍ଗରେ ଟ୍ୟୁଙ୍କିଲଙ୍କ ସାହାଯ୍ୟ ମାଗିଛନ୍ତି। ସୂଚନା ଅନୁଯାୟୀ, ଡିମ୍ପଲ ଏବେ ଲଣ୍ଡନରେ ‘ଇଂଲିଶ ମିଡିୟମ’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଥିବା ବେଳେ ଶୁଟିଂ ସେଟ୍‌ରୁ ହୋମି ଏହି ଫଟୋଟି ଶେୟାର କରିଥିବା କୁହାଯାଉଛି।

Share