Advertisement

ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ,୨୦।୪: ନିଜ ବୟାନକୁ ନେଇ ସବୁବେଳେ ବିବାଦରେ ରହୁଥିବା ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ଏବେ ପୁଣି ଥରେ ବିବାଦରେ ଫଶିଯାଇଛନ୍ତି। ଚଳିତ ଥର କୌଣସି ବୟାନକୁ ନେଇ ନୁହଁ ବରଂ ଏକ ଫେକ ଫଟୋକୁ ନିଜ ସୋସିଆଲ ଆକାଣ୍ଟରେ ଶେୟାର କରି। ଫଳରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ନିକଟରେ ରାମଗୋପାଳ ନିଜ ଇଂଷ୍ଟାଗ୍ରାମରେ ଚନ୍ଦ୍ରବାବୁ ନାଇଡୁଙ୍କ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସେ ଓ୍ବାଇଏସ୍‌ଆର କଂଗ୍ରେସ ଦଳରେ ସାମିଲ ହେଉଥିବା ନେଇ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଦେବୀବାବୁ ଚୌଧୁରୀ ତାଡେପଲ୍ଲୀ ଗୁଡେମ ପୋଲିସ ଥାନାରେ ତାଙ୍କ ବିରୋଧରେ ଅଭିଯୋଗ କରିବା ସହ ମାମଲା ରୁଜୁ କରିଛନ୍ତି। ଏହି ଫଟୋ ଆନ୍ଧ୍ର ପ୍ରଦେଶର ମାହୋଲରେ ପ୍ରଭାବ ପକାଇବ। ଚନ୍ଦ୍ରବାବୁଙ୍କୁ ରାମଗୋପାଲ କ୍ଷମା ମାଗନ୍ତୁ ବୋଲି ଦେବୀବାବୁ କହିଛନ୍ତି। ଅପରପକ୍ଷରେ ପୋଲିସ ମାମଲା ରୁଜୁ କରି ଏହି ଘଟଣାର ତଦନ୍ତ ଚଳାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share