ନିର୍ଦ୍ଦେଶନାରେ ଡେବ୍ୟୁ କରିବେ ଅମୀରଙ୍କ ଝିଅ, ଅଭିନୟରେ ବରୁଣଙ୍କ ଭାଣିଜୀ

ବଲିଉଡ୍‌ରେ ଜଣକ ପରେ ଜଣେ ଷ୍ଟାର୍‌ କିଡ୍‌ସ ଡେବ୍ୟୁ କରିଚାଲିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଷ୍ଟାର କିଡ୍‌ସ ହେଉଛନ୍ତି ଅମୀର ଖାନ୍‌ଙ୍କ ଝିଇ ଇରା ଏବଂ ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ। ଇରା ନିର୍ଦ୍ଦେଶନା ମାଧ୍ୟମରେ ଡେବ୍ୟୁ କରିଥିବାବେଳେ ଅଞ୍ଜିନୀ ଅଭିନୟ ଜରିଆରେ ଡେବ୍ୟୁ କରିବେ। ଇରା ‘Euripides Medea’ ଏକ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଫିଲ୍ମର କାହାଣୀ ଗ୍ରୀସ୍‌ ସଂସ୍କୃତିଭତ୍ତିକ। ଯେଉଁଥିରେ ଅଧିକ ଟ୍ରାଜେଡି ରହିଛି। ଏହାର ପ୍ରିମିୟର ଡିସେମ୍ବରରେ ହେବାକୁ ଯାଉଛି। ଇରା କିଛିମାସ ଧରି ଏଥିପାଇଁ ରିସର୍ଚ୍ଚ କରୁଛନ୍ତି। ଶୋ’ର ପ୍ରିମିୟର ଭାରତର କେତେକ ସହରରେ ହେବାକୁ ଥିବାବେଳେ ଖୁବ୍‌ଶୀଘ୍ର ମୁମ୍ବାଇରେ ରିହରସାଲ ଆରମ୍ଭ ହେବ। ସେହିପରି ବରୁଣ ଧାଓ୍ବନଙ୍କ ଭାଣିଜୀ ଅଞ୍ଜିନୀ ‘କୁଲି ନଂ ୧’ର ଶୁଟି ସେଟ୍‌ରେ ଡେଭିଡ୍‌ ଧାଓ୍ବନଙ୍କୁ ସହଯୋଗ କରୁଥିବାର ଦେଖିବାକୁ ମିଳିଛି। ଅଞ୍ଜିନୀ ବର୍ତ୍ତମାନ ପାଠ ପଢୁଛନ୍ତି। ସେ ଆକ୍ଟିଂ ଏବଂ ଡ୍ୟାନ୍ସ ତାଲିମ ନେଉଛନ୍ତି। ଖୁବ୍‌ଶୀଘ୍ର ଅଭିନୟରେ ପାଦ ଥାପିବେ ବୋଲି ଜଣାପଡ଼ିଛି।

Share