ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲି ଜରିମାନା ଦେଲେ ଦୋକାନୀ

ଭଞ୍ଜନଗର,୧୪।୪(ଡି.ଏନ.ଏ)-ଭଞ୍ଜନଗର ଉପଖଣ୍ଡ ପ୍ର୍ରଶାସନ ପକ୍ଷରୁ ଲକ୍‌ ଡାଉନ କଟନଣା କଡାକଡି ଭାବେ ପାଳନ କରାଯାଉଛି। ମଙ୍ଗଳବାର ସକାଳ ୫ଟାରୁ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡିଓ ଅନିଲ କୁମାର ସେଠୀ ପ୍ରମୁଖ ବିଭିନ୍ନ ଛକମାନଙ୍କରେ ରହି ଯାନବାହାନ ଯାଞ୍ଚକରିଥିଲେ। ବେନିୟମ ଭାବେ ଗାଡି ଚଳାଇବା ଅଭିଯୋଗରେ ଏକାଧିକ ବାଇକ୍‌ ଚାଳକଙ୍କ ଠାରୁ ୪ ହଜାର ୫ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ଲକ୍‌ ଡାଉନ ସମୟରେ ସକାଳ ୭ଟାରୁ ଦିବା ୧୨ଟା ପର୍ଯ୍ୟନ୍ତ ନିର୍ଦ୍ଧିଷ୍ଠ କିଛି ଦୋକାନ ଖୋଲିବାକୁ ଅନୁମତି ଅଛି। ମାତ୍ର ଭଞ୍ଜନଗର ସହରର ୨ ଦୋକାନୀ ନିର୍ଦ୍ଧାରିତ ସମୟ ପୂର୍ବରୁ ଦୋକାନ ଖୋଲିଥିବାରୁ ସେମାନଙ୍କଠାରୁ ୫ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଛି।

Share