ନୂଆଦିଲ୍ଲୀ,୩୧।୮: ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ପ୍ରଥମ ପ୍ରକାଶ ପର୍ବ ପାଳନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ମୋଦି ସରକାର ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କରତାରପୁର ସାହିବ କରିଡରର ନିର୍ମାଣ କାର୍ଯ୍ୟ ଶେଷ କରିବେ। ଟୁଇଟ୍ କରି ଶାହ ଏହି ସୂଚନା ଦେବା ସହ ଏ ଦିଗରେ ଗୁରୁ ଗ୍ରନ୍ଥ ସାହିବଙ୍କ କୃପା ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଗୋଟିଏ ଦିନ ପୂର୍ବରୁ ଏହି କରତାରପୁର କରିଡରକୁ ନେଇ ଜିରୋ ପଏଣ୍ଟରେ ଭାରତ-ପାକିସ୍ତାନର ଅଧିକାରୀମାନଙ୍କ ଏକ ବୈଠକ ବସିଥିଲା। ତେବେ ଏଠାକୁ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଯାଆସ କରିପାରିବେ ତାକୁ ନେଇ ଆଲୋଚନା ହୋଇଥିଲା।