Categories: ଜାତୀୟ

ନିର୍ଦ୍ୱନ୍ଦ୍ୱରେ ବିଧାନ ପରିଷଦକୁ ଯିବେ ଉଦ୍ଧବ

ମୁମ୍ବାଇ,୧୧ା୫ (ପି.ଟି.): କଂଗ୍ରେସ ଏହାର ପ୍ରାର୍ଥୀ ପ୍ରତ୍ୟାହାର କରିନେବ ବୋଲି ଘୋଷଣା କରିବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ନିର୍ଦ୍ୱନ୍ଦ୍ୱରେ ବିଧାନ ପରିଷଦକୁ ନିର୍ବାଚିତ ହେବାକୁ ଯାଉଛନ୍ତି। ଆଗାମୀ ୨୧ ତାରିଖରେ ବିଧାନ ପରିଷଦର ୯ଟି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ। କଂଗ୍ରେସ ୨ଟି ଆସନରେ ପ୍ରାର୍ଥୀ ଦେଇଥିବାବେଳେ ଗୋଟିଏ ଆସନରୁ ପ୍ରତ୍ୟାହାର କରିନେବାକୁ ନିଷ୍ପତ୍ତି ନେଇଥିବା ରାଜ୍ୟ ଶାଖା ସଭାପତି ବାଲାସାହେବ ଥୋରାଟ କହିଛନ୍ତି। ଫଳରେ ନିର୍ବାଚନ ରଣାଙ୍ଗନରେ ମହାବିକାଶ ଅଘାଡି (ଶିବସେନା, ଏନ୍‌ସିପି, କଂଗ୍ରେସ ମେଣ୍ଟ)ର ୫ ପ୍ରାର୍ଥୀ ରହିବେ। ଭାଜପା ୪ ଆସନରେ ପ୍ରାର୍ଥୀ ଦେଇଛି।

Share