ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ଗଜିନରେ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତେବେ ନିର୍ବନ୍ଧ ମୁଦି ପାଇଁ ମଧ୍ୟ ଆସିନ୍‌ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ ଆସିନଙ୍କ ନିର୍ବନ୍ଧ ମୁଦି ସବୁ ସେଲବ୍ରେଟିଙ୍କଠାରୁ ମହଙ୍ଗା। ଏପରିକି ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ନିର୍ବନ୍ଧ ମୁଦିଠାରୁ ଢେର୍‌ ଗୁଣ ଅଧିକ। ୨୦୧୬ରେ ସେ ବ୍ୟବସାୟୀ ରାହୁଲ ଶର୍ମାଙ୍କୁ ବିବାହ କରିଥିଲେ। ଆସୀନ ତାଙ୍କ ନିର୍ବନ୍ଧରେ ୬ କୋଟି ଟଙ୍କା ମୂଲ୍ୟର ୨୦ କ୍ୟାରେଟ ସଲିଟାୟାର୍‌ ରିଙ୍ଗ ପିନ୍ଧାଇଥିଲେ। ତାଙ୍କ ନିର୍ବନ୍ଧ ରିଙ୍ଗ ସବୁଠାରୁ ମହଙ୍ଗା ବୋଲି କୁହାଯାଏ ।

Share