ବରଗଡ଼ ଅଫିସ/ବିଜେପୁର,୧୫।୧୦- ବରଗଡ ଜିଲା ବିଜେପୁର ଉପନିର୍ବାଚନକୁ ଆଉ ମାତ୍ର ୬ଦିନ ବାକି। ତେବେ ଉପର୍ନିବାଚନକୁ ଅବାଧ, ନିରପେକ୍ଷ ଏବଂ ଶୃଙ୍ଖଳିତଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ହାତକୁ ନିଆଯାଇଛି। ଏହି କ୍ରମରେ ମଙ୍ଗଳବାର ଅପରାହ୍ନରେ ବିଜେପୁରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା।ବରଗଡ଼ ଏସ୍ପି ପଦ୍ମିନୀ ସାହୁଙ୍କ ତତ୍ତ୍ବାବଧାନରେ ହୋଇଥିବା ଫ୍ଲାଗମାର୍ଚ୍ଚରେ ବହୁସଂଖ୍ୟକ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।