Categories: ଜାତୀୟ

ନିର୍ବାଚନରେ ଅଧିକ ଖର୍ଚ୍ଚ: ସନ୍ନି ଦେଓଲ୍‌ଙ୍କ ସମସ୍ୟା ବଢ଼ିଲା

ଗୁରଦାସପୁର,୭।୭: ପଞ୍ଜାବ ଗୁରଦାସପୁର ଲୋକ ସଭା ଆସନର ଭାଜପା ଏମ୍‌ପି ସନ୍ନି ଦେଓଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ନିର୍ବାଚନରେ ସେ ଅଧିକ ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଥିଲା। ଏସମ୍ପର୍କିତ ସମସ୍ତ କାଗଜପତ୍ର ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଇଛନ୍ତି। ସନ୍ନି ଧାର୍ଯ୍ୟ ୭୦ଲକ୍ଷ ସୀମାରୁ ଅଧିକ ଖର୍ଚ୍ଚ କରିଥିବା ଏଥିରେ ଦର୍ଶାଯାଇଛି। ସେ ନିର୍ବାଚନରେ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚିତ କରିଛନ୍ତି। ଏନେଇ ତାଙ୍କ ସଦସ୍ୟତା ମଧ୍ୟ ରଦ୍ଦ ହୋଇଯାଇପାରେ ବୋଲି କୁହାଯାଉଛି।

Share