ନିର୍ବାଚନରେ ପରାଜୟର କାରଣ ଖୋଜିବ କଂଗ୍ରେସ, ଗଠନ ହେଲା ନୂତନ କମିଟି

ଭୁବନେଶ୍ୱର,୨୫।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଛି। କଂଗ୍ରେସକୁ ଓଡ଼ିଶାବାସୀ ଭରସା ନ କରିବାରୁ ଦଳ ଏଭଳି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତେବେ କେଉଁ କେଉଁ କାରଣ ଏଥିଲାଗି ଦାୟୀ ତାହା ଖୋଜିବା ଲାଗି ନିରଞ୍ଜନ ପଟ୍ଟନାୟକ ୨୧ଜଣିଆ ‘ତଥ୍ୟ ଅନୁସନ୍ଧାନ କମିଟି’ ଗଠନ କରିଛନ୍ତି। ଏହାର ଅଧ୍ୟକ୍ଷ ଅଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ସେହିଭଳି ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ତାରା ପ୍ରସାଦ ବାହିନୀ ପତି, ଗଣେଶ୍ୱର ବେହେରା, ମହମ୍ମଦ ମୋକିମ, ଜର୍ଜ ତିର୍କୀ ପ୍ରମୁଖ କମିଟିର ସଦସ୍ୟ ଅଛନ୍ତି। ପରାଜିତ ହେବାର କାରଣ ମିଳିବା ପରେ ପିସିସି ଏକ ରିପୋର୍ଟ ଏଆଇସିସିକୁ ଦେବ। ତେlବେ ଏକ ମାସ ମଧ୍ୟରେ କାରଣ ଖୋଜି ଏଆଇସିସିକୁ ରିପୋର୍ଟ ଦେବାକୁ ନିରଞ୍ଜନ କମିଟିର ଅଧ୍ୟକ୍ଷ ନରସିଂହଙ୍କୁ ଅନୁରୋଧ କରିଛନ୍ତି।

Share