ନୂଆଦିଲ୍ଲୀ, ୮।୭:ଗତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଠି ଲୋକ ସଭା ଆସନରୁ ପରାଜୟର ସ୍ବାଦ ଚାଖିଥିବା ରାହୁଲ ଗାନ୍ଧୀ ଜୁଲାଇ ୧୦ରେ ଆମେଠି ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ରାହୁଲ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ପରାଜୟର ସମୀକ୍ଷା କରିବେ। ରାହୁଲ ୨୦୦୪, ୨୦୦୯ ଏବଂ ୨୦୧୪ରେ ଏଠାରୁ ନିର୍ବାଚନ ଜିତି ଆସୁଥିଲେ। ଗତଥର ଭାଜପା ପ୍ରାର୍ଥୀ ସ୍ମୃତି ଇରାନୀଙ୍କଠାରୁ ସେ ପରାସ୍ତ ହୋଇଥିଲେ। ସୂଚନାଯୋଗ୍ୟ, ଗତ ନିର୍ବାଚନରେ କଂଗ୍ରେସ ୫୪୨ଟି ଲୋକ ସଭା ଆସନରୁ ମାତ୍ର ୫୨ଟିରେ ବିଜୟ ହାସଲ କରିଥିଲା। ଦଳର ଏଭଳି ଶୋଚନୀୟ ପରାଜୟ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।