Categories: ଜାତୀୟ

ନିର୍ବାଚନରେ ଫାଇଦା ପାଇଁ ବିରୋଧୀ ଉସୁକାଉଛନ୍ତି ହିଂସା: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ ବିରୋଧରେ ରାଜଧାନୀରେ ନିଆଁ ଜଳୁଛି। ପ୍ରଦର୍ଶନକାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରି ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ବୁଧବାର ଏନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିଜର ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ହିଂସାକୁ ନେଇ କେଜରିଓ୍ବାଲ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ଆଗକୁ ଦିଲ୍ଲୀ ନିର୍ବାଚନ ଥିବା ବେଳେ ବିରୋଧୀ ଏହାର ଫାଇଦା ନେବା ପାଇଁ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହିଂସା ଉସୁକାଉଛନ୍ତି। ଦିଲ୍ଲୀ ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି)କୁ ବହୁମତ ମିଳିବା ନେଇ ଜାଣିବା ପରେ ବିରୋଧୀ ସହରରେ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ସହରରେ ଶାନ୍ତିରେ ବି ବିରୋଧ ପ୍ରଦର୍ଶନ କରାଯାଇପାରିବ କିନ୍ତୁ ହିଂସା ଜରିଆରେ ନୁହେଁ ବୋଲି କେଜରିଓ୍ବାଲ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Share