ନିର୍ବାଚନର ଦେଶ

ସହଦେବ ସାହୁ

ଆମେ ସ୍କୁଲରେ ପଢ଼ୁ- ଲାଣ୍ଡ ଅଫ୍‌ ରାଇଜିଂ ସନ୍‌ ମାନେ ଜାପାନ, ହର୍ମିଟ୍‌ କିଂଡମ୍‌ ମାନେ କୋରିଆ, ଗିଫ୍ଟ ଅଫ୍‌ ନାଇଲ୍‌ ମାନେ ମିଶର ବା ଇଜିପ୍ଟ, ସିକ୍‌ ମାନ୍‌ ଅଫ୍‌ ୟୁରୋପ ମାନେ ଟର୍କି ବା ତୁରସ୍କ ଭଳି ବହୁତ ଦେଶର ଏମିତି ଗୁଣାତ୍ମକ ନାମ ଅଛି ା ସେଇମିତି ଭାରତର ନାମ ହୋଇଯିବ କି ଲାଣ୍ଡ ଅଫ୍‌ ଇଲେକ୍ସନ୍ସ? ପ୍ରତିବର୍ଷ କୌଣସି ନା କୌଣସି ସ୍ଥାନରେ ନିର୍ବାଚନ ହେଉଛି, ତାହା ଉପନିର୍ବାଚନ ହେଉ କି ପ୍ରାଦେଶିକ (ବିଧାନ ସଭା) ନିର୍ବାଚନ ବା କେନ୍ଦ୍ର (ସଂସଦ) ନିର୍ବାଚନ, ପଞ୍ଚାୟତ ନିର୍ବାଚନ ହେଉ କି ଜିଲାପରିଷଦ ନିର୍ବାଚନ। କେନ୍ଦ୍ର ପାଇଁ ଓ ବିଭିନ୍ନ ରାଜ୍ୟ ଲାଗି ସାଧାରଣ ନିର୍ବାଚନ ଏକ ସମୟରେ ହେଉନାହିଁ ବୋଲି ନିର୍ବାଚନ ନିମନ୍ତେ ପ୍ରଶାସନିକ କାର୍ଯ୍ୟ ବିଭିନ୍ନ ନିର୍ବାଚନ ପାଇଁ ତାରିଖଧାର୍ଯ୍ୟ ଘୋଷଣା ଦିନଠାରୁ ଫଳ ଘୋଷଣା ଯାଏ ସମ୍ପୃକ୍ତ ରାଜ୍ୟରେ ଅବା ସାରା ଦେଶରେ ପ୍ରଶାସନ ସ୍ଥାଣୁ ପାଲଟିଯାଏ, କାରଣ ଆଚରଣ ବିଧି ଲାଗୁ ହୋଇଯାଏ; ପୁଣି ନୂଆ ସରକାର ଗଠନ ହେଲା ଯାଏ କାମଚଳା ସରକାର ଚାଲେ ା
ପ୍ରଶାସନ ସ୍ଥାଣୁ ଥିବା ବେଳେ ରାଜନୀତିଶାସ୍ତ୍ରର ଚିରାଚରିତ ଶବ୍ଦବିନ୍ୟାସର ପରିବର୍ତ୍ତନ ଘଟେ, ଯଥା ଜନମଙ୍ଗଳ ବା ପବ୍ଲିକ୍‌ ଓ୍ବେଲ୍‌ଫେୟାର ସମସ୍ତଙ୍କ ପାଇଁ ନ ହୋଇ ଭୋଟର-ସନ୍ତୁଷ୍ଟୀକରଣ ବା ଫ୍ରିବି ଘୋଷଣା ନିର୍ବାଚନ ଇସ୍ତାହାରରେ ମୁଖ୍ୟ ସ୍ଥାନ ପାଏ ା ନିର୍ବାଚନ ମେଜରିଟି ଓପିନିଅନ ପ୍ରତିଫଳନ କରେ, କିନ୍ତୁ ରାଜନୈତିକ ଦଳଗୁଡ଼ିକ ସ୍ବଳ୍ପ ସଂଖ୍ୟକ ଗୋଷ୍ଠୀମାନଙ୍କୁ ଖୁସି କରିବାର ବ୍ୟବସ୍ଥା ଘୋଷଣା କରନ୍ତି ଓ ଜିତିଲେ ଶାସନର ଅଙ୍ଗ କରନ୍ତି; କାଳକ୍ରମେ ମେଜରିଟାରିଆନ୍‌ ସରକାର ବିଭିନ୍ନ ମାଇନରିଟିର (ଧର୍ମ ଦୃଷ୍ଟିରୁ ନୁହେଁ) ସ୍ବାର୍ଥ ଦେଖିବେ, ତେଣୁ ଦେଶର ସର୍ବାଙ୍ଗୀନ ବିକାଶ ମାଡ଼ ଖାଇଯିବ ା
ବିଧାନସଭା ନିର୍ବାଚନର ଫଳ ରାଜ୍ୟ ସରକାରର କାର୍ଯ୍ୟକାରିତା ଉପରେ ଯେତେ କହେ, କେନ୍ଦ୍ର ଶାସନ ଉପରେ ସେତେ କହେ ନାହିଁ; ତେଣୁ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳ ଉଧାଏ: ଦେଶର ସାର୍ବଜନୀନ ବିକାଶରେ ଏ ପ୍ରକାର ପ୍ରାଦେଶିକ ଦଳର ଭୂମିକା ପ୍ରାୟ ଶୂନ୍ୟ ହେଉଛି। ପ୍ରାଦେଶିକ ସରକାର ହେଉଛି ନାଗରିକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଉଥିବା ସରକାର ଓ ଶାସକ ଦଳର କାର୍ଯ୍ୟ ଅସହ୍ୟ ହେଲେ ଭୋଟରମାନେ ଶାସକଦଳକୁ ବଦଳାଇ ଦିଅନ୍ତି କିମ୍ବା ଏତେ ସଂକୀର୍ଣ୍ଣ ମାର୍ଜିନରେ ଜିତାଇଥାଆନ୍ତି ଯେ ଦଳର ଚେତନା ହଜିଯାଏ ା ପ୍ରତିଦିନର ଆକାଂକ୍ଷା, ଆଶଙ୍କା ଓ ଦାବି ଉପରେ ଯେଉଁ ମତ ଦିଅନ୍ତି ତହିଁରେ ଆଞ୍ଚଳିକ ସ୍ବାଦ ଜଣାଏ। ତେଣୁ ବିଧାନସଭା ନିର୍ବାଚନରେ ନିର୍ବାଚନମଣ୍ଡଳୀରେ ସମାନ ଉଚ୍ଚାରଣର ମତ ମିଳେ ନାହିଁ, ଆଞ୍ଚଳିକ ସଂସ୍କୃତି ଓ ଗର୍ବ ଉପରେ ଜୋର ଦେଇଥିବା ଦଳର ମନୋନୀତ ପ୍ରାର୍ଥୀ ବିଜୟୀ ହୋଇଥାଏ, ପ୍ରାର୍ଥୀ ଏଠି ଗୌଣ, ଦଳ ହିଁ ମୁଖ୍ୟ ା କେତେଜଣ ହାତଗଣତି ବ୍ୟକ୍ତି ଭୋଟର ସଂଖ୍ୟାର ଅଧାରୁ ବେଶି ଭୋଟ ପାଆନ୍ତି, ପ୍ରାୟ ସମସ୍ତେ ୩୦% କି ୩୫%ରେ ଜିତନ୍ତି, ବାକି ୬୫% ତ ଆଉ ଦୁଇ ବା ଅଧିକ ପ୍ରାର୍ଥୀଙ୍କ ଭିତରେ ବାଣ୍ଟି ହୋଇଯାଏ ା
ଓଡ଼ିଶାର ଉଦାହରଣ ଦେଖାଯାଉ। ରାଜ୍ୟର ୬୫% ପାଖାପାଖି ଲୋକ ଗରିବ ଓ ନିମ୍ନମଧ୍ୟବିତ୍ତ, ବିପିଏଲ୍‌ ଓ ଏପିଏଲ୍‌ (ପଭର୍ଟି ଲାଇନ୍‌ର ବିଲୋ ଓ ଏବଭ୍‌) ଶ୍ରେଣୀର; ସେମାନଙ୍କୁ ଫ୍ରିବି – ଜିତିଲେ କ’ଣ ମାଗଣା ଦେବେ – ଘୋଷଣାକରି ନିଜର ସମର୍ଥକ କରିବାର ଚେଷ୍ଟା ହୁଏ, କିଛିଦିନର ରସଦ ବା ମଜୁରି ସହ ସମାନ ଅନୁଦାନ ମିଳିଗଲେ ପରିବାର ଚଳାଇବାର ସାଧନ ମିଳିଗଲା ବୋଲି ଭାବିବେ, ଯଦି ଅଧା ବି ଖୁସି ହୁଅନ୍ତି ତେବେ ୩୭%ରୁ ବେଶି ଭୋଟ ନିଶ୍ଚୟ ମିଳିବ, ତିନିଜଣିଆ ପ୍ରତିଦ୍ୱନ୍ଦ୍ୱିତାରେ ଜିତିବା ପାଇଁ ତାହା ଯଥେଷ୍ଟ, ତା’ଠାରୁ ବେଶି ଭୋଟ ମିଳିଯିବ ା ବୁଦ୍ଧିଜୀବୀ ଓ ସ୍ବଚ୍ଛଳ ଲୋକଙ୍କ ଭିତରୁ କେତେକଙ୍କ ମତ ବଂଶଗତ, ଅର୍ଥାତ୍‌ ବାପା ମା’ ଯେଉଁ ଦଳକୁ ଭୋଟ ଦେଇଆସୁଛନ୍ତି ସେମାନେ ସେହି ଦଳକୁ ଭୋଟ ଦେବେ, ସେମାନେ ଫ୍ରିବି ପାଆନ୍ତୁ କି ନାହିଁ ା ଶାସନରେ ଥିବା ଦଳ ଅର୍ଥବ୍ୟୟ କରି ନିର୍ବାଚନ ଜିତୁଛି ବୋଲି କହିବା ମୂଳରେ ଏହି କାରଣ କାମ କରେ ା ଅନେକ ସମୟରେ ଦଳର ମୁଖିଆ ବା ସୁପ୍ରିମୋ ପ୍ରତି ଲୋକ ସମର୍ଥନ ଦଳକୁ ଜିତାଏ, ନିଜ ନିର୍ବାଚନ ମଣ୍ଡଳୀରେ ଯିଏ ବି ପ୍ରାର୍ଥୀ ହେଉ ନା କାହିଁକି, ଲୋକେ ଭୋଟ ଦେଲା ବେଳେ ଦଳର ଚିହ୍ନ ଖୋଜନ୍ତି, ପ୍ରାର୍ଥୀର ନାମକୁ ନୁହେଁ, ଚିହ୍ନ ଉପରେ ହିଁ ମୋହର ମାରନ୍ତି ା ଏ ପରିପ୍ରେକ୍ଷୀରେ ଏବେ ହୋଇଥିବା ୫ଟି ରାଜ୍ୟର ନିର୍ବାଚନ ଜଣାଉଛି ଯେ ଯେଉଁଠି ଆଞ୍ଚଳିକ ଦଳ ଜନସଂଖ୍ୟାର ନିମ୍ନ ୫୦%କୁ ମାଗଣା କିଛି (ଫ୍ରିବି) ଦେଇପାରୁନାହିଁ ବା ଅତୀତରେ ଫ୍ରିବି ବାଣ୍ଟିବାରେ ଦଳର ନିମ୍ନସ୍ତରର କର୍ମୀମାନେ ପାତର ଅନ୍ତର କରିଛନ୍ତି, ସେଠାରେ ଜାତୀୟ ଦଳର ଓଜନ ବେଶି ଭାରି ହୋଇଛି, ଯଥା ତେଲଙ୍ଗାନା। ଯେଉଁଠି ଲୋକେ ଉପସ୍ଥିତ ଜାତୀୟ ଦଳର ରାଜ୍ୟସରକାର ଉପରେ ବିରକ୍ତ ହୋଇଯାଇଛନ୍ତି ସେଠି ଆଞ୍ଚଳିକ ଦଳ ପକ୍ଷରେ ଯାଇଛନ୍ତି, ଯଥା ମିଜୋରାମ। ତେଲଙ୍ଗାନା, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ମିଜୋରାମ ନିର୍ବାଚନ ଫଳାଫଳ ବିଷୟରେ ଭିନ୍ନ, ଭିନ୍ନ ଏଗ୍‌ଜିଟ୍‌ ପୋଲ୍‌ ପ୍ରକାଶ ପାଇବାର କାରଣ ପୋଲଷ୍ଟରମାନେ ଏପରି ବିଭିନ୍ନତାକୁ ବିଚାରକୁ ନେଇନାହାନ୍ତି ା
ଉପସ୍ଥିତ ଜନପ୍ରିୟ ଯୋଜନାଗୁଡ଼ିକ ଆଉ ଯଥେଷ୍ଟ ମନେ ହେଉନାହିଁ। ଜନମଙ୍ଗଳ ଅର୍ଥ ଭିନ୍ନ ହୋଇଗଲାଣି, ସମାଜ ବା ପ୍ରଦେଶର ମଙ୍ଗଳ ନୁହେଁ, ହାତକୁ କେତେ ପଇସା ଆସିଲା ତାହା ହିଁ ଜନମଙ୍ଗଳ ବୋଲି ଧରାଗଲାଣି ା ହଠାତ୍‌ ବା ରାତାରାତି ଗୁଡାଏ ଧନ ପାଇବା ଶିକ୍ଷିତ ବେକାରଙ୍କ ଇଚ୍ଛା ହେଲାଣି- ଶାସକ ଦଳର ବଶ୍ୟତା ଅଛି ଜାଣିଲେ ରାଜ୍ୟର ଆଇନଲାଗୁ କରୁଥିବା ଅଧିକାରୀମାନେ, ବିଶେଷତଃ ପୋଲିସ ଚଞ୍ଚକତା-ଅର୍ଜିତ ଧନକୁ ଚୋରି ବା ଡକାୟତି ବୋଲି ଧରିବ ନାହିଁ, ତେଣୁ ଶାସନରେ ଥିବା ଦଳ ପ୍ରତି ଅସାଧୁ ଲୋକଙ୍କ ସମର୍ଥନ ବଢ଼େ ା ଆଜିକାଲି ଚା’ କଫି ଖଟିରେ ଲୋକେ ବିଭିନ୍ନ ଦଳର ଭବିଷ୍ୟତ ବିଷୟରେ ଯେତେ ବେଶି କଥା ହେଉଛନ୍ତି ଆଗକାଳରେ ସେତେ ବେଶି ହେଉ ନ ଥିଲା। ଆମ ରାଜ୍ୟର ମାଲକାନଗିରି, ଛତିଶଗଡ଼ର ବସ୍ତର, ମଧ୍ୟପ୍ରଦେଶର ଚମ୍ବଲ ଭଳି ଅପହଞ୍ଚ ଥିବା ଅଞ୍ଚଳରେ ଚା’ ଖଟିରେ ଏ ବିଷୟରେ ଆଲୋଚନା ହେଲାଣି ଯାହା ଆଗେ ନ ଥିଲା। ତେଣୁ ଅଞ୍ଚଳ ଭିତ୍ତିରେ କହିଲା ବେଳେ ଏବେ ଖୁବ୍‌ ଛୋଟ ଛୋଟ ଇଲାକା ଅର୍ଥାତ୍‌ ଗ୍ରାମକୁ ହିସାବକୁ ନେବାକୁ ପଡ଼ିବ। ତା’ଛଡ଼ା ବିରୋଧୀ ଦଳମାନେ ଉପସ୍ଥିତ ଦଳର ନୀତି ଓ ଶାସନ ବିଷୟରେ ଯେଉଁ ସମାଲୋଚନା ବାଢ଼ନ୍ତି ତହିଁରୁ ଲୋକେ ବେଶି ଚାଲାକ ହେଲେଣି, ଯେଉଁଟା ୧୦ବର୍ଷ ତଳେ ନ ଥିଲା। ସବୁବେଳେ କେଉଁଠି ନା କେଉଁଠି ନିର୍ବାଚନ ହେଉଛି। ତେଣୁ ଭୋଟ ଦେବା ସମ୍ପର୍କରେ ଲୋକଙ୍କର ସାଧାରଣ ଜ୍ଞାନ ଯେତିକି ବଢ଼ୁଛି, ପରିଚାଳନା ବିଶାରଦ (ମାନେଜରିଆଲ ଏକ୍ସପର୍ଟ)ମାନେ ଭୋଟରଙ୍କ ମତକୁ ବଦଳାଇବାର ଉପାୟ ସେତେ ବାହାର କରୁଛନ୍ତି, ଗଣତନ୍ତ୍ର ସେତେ ବେଶି ନେତାତନ୍ତ୍ର (ଫାସିବାଦ) ଆଡକୁ ଢଳୁଛି ା
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri