କୃଷ୍ଣପ୍ରସାଦ,୭।୨(ଡି.ଏନ୍.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନୀ ହିଂସା ଯୋଗୁ ୧୯ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଗୁରୁବାର ସନ୍ଧ୍ୟାରୁ ୧୯ ପରିବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଇଥିବା ଧାରଣା ଶୁକ୍ରବାର ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ମାସ ଧରି ବାସନ୍ଦ ଥିବା ପରିବାରଙ୍କୁ ପ୍ରଶାସନ ସୁରକ୍ଷା ଦେଇପାରି ନ ଥିବା ଅଭିଯୋଗରେ ନ୍ୟାୟ ପାଇଁ ସେମାନେ ଧାରଣାରେ ବସିଥିବା କହିଛନ୍ତି। ଏହାର ତୁରନ୍ତ ସମାଧାନ ନ ହେଲେ ସେମାନେ ଅନିର୍ଦ୍ଦିଷ୍ଟକାଳ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନରେ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରିବାକୁ ନେଇ ଏହି ବାସନ୍ଦ ଆରମ୍ଭ ହୋଇଥିଲା। ଗାଁରେ ୧୦୦ ପରିବାର ରହୁଥିବା ବେଳେ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ଉକ୍ତ ୧୯ ପରିବାରକୁ କହିଥିଲେ। ଏଥିରେ ୧୯ ପରିବାର ଏକମତ ନ ହେବାରୁ ସେମାନଙ୍କୁ ବାସନ୍ଦ କରାଯାଇଛି।
Posted inଆମ ଜିଲା ଖବର, ପୁରୀ