Categories: ଜାତୀୟ

ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଦିଲ୍ଲୀ ଭୋଟିଂ ତାରିଖ ମନୋଜ ତିଓ୍ବାରୀଙ୍କୁ ଥିଲା ଜଣା: ଏଏପି

ନୂଆଦିଲ୍ଲୀ,୭।୧: ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଭୋଟିଂ ତାରିଖ ଦିଲ୍ଲୀ ଭାଜପା ମୁଖ୍ୟ ମନୋଜ ତିଓ୍ବାରୀଙ୍କୁ ଜଣାଥିଲା ବୋଲି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପକ୍ଷରୁ ସୋସିଆଲ୍‌ ମିଡ଼ିଆରେ ଏକ ମିନିଟ୍‌ ୧୯ ସେକେଣ୍ଡର ଏକ ଭିଡ଼ିଓ ଶେୟାର କରାଯାଇଛି। ମନୋଜ ତିଓ୍ବାରୀ ଏନେଇ ଏକ ସାକ୍ଷାତ୍‌କାରରେ ୨୦୧୯ ଡିସେମ୍ବର ୨୧ରେ ସୂଚନା ଦେଇଥିଲେ। ଏଏପି ପକ୍ଷରୁ ଭିଡ଼ିଓ ଭାଇରାଲ ହେବା ପରେ ମନୋଜ କହିଛନ୍ତି ଯେ ୨୦୧୫ରେ ଫେବୃୟାରୀ ୭ରେ ଭୋଟିଂ ହୋଇଥିଲା। ତେଣୁ ଚଳିତ ଥର ଫେବୃୟାରୀ ୮ରେ ହେବ ବୋଲି ସେ ଅନୁମାନ କରି କହିଥିଲେ। ସୂଚନାଯୋଗ୍ୟ, ଏହା ପୂର୍ବରୁ କର୍ନାଟକ ନିର୍ବାଚନ ତାରିଖ ଘୋଷଣାର ବହୁ ପୂର୍ବରୁ ଭାଜପା ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ ଏନେଇ ଟୁଇଟ୍‌ କରିଥିଲେ। ସେତେବେଳେ ଏହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା।

Share