ନିର୍ବାଚନ କାର୍ଯ୍ୟରେ ଯାଇ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

ଫୁଲବାଣୀ ଅଫିସ, ୨୬ା୪- କନ୍ଧମାଳ ଜିଲାରେ ନିର୍ବାଚନ କାର୍ଯ୍ୟରେ ଯାଇ ମାଓବାଦୀଙ୍କ ଗୁଳିରେ ଜିଆରଏସ୍‌ ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ଘଟଣାକୁ ଲୋକେ ଭୁଲି ନାହାନ୍ତି। ସେହିପରି ଅନ୍ୟ ଜଣେ ଶିକ୍ଷକ ଅଶୋକ କୁମାର ମଲ୍ଲିକ ନିର୍ବାଚନ କାର୍ଯ୍ୟରେ ଯାଇ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ନିର୍ବାଚନ କାର୍ଯ୍ୟରେ ଯାଇ ଦେହ ଖରାପ ହେବା ପରେ ପ୍ରଶାସନ ସହାୟତାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।  କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା। ନିୟମ ଅନୁସାରେ କ୍ଷତିପୂରଣ ମିଳିବା କଥା। ହେଲେ ପ୍ରଶାସନ ଜାଣିଶୁଣି ଘଟଣାକୁ ଚାପି ଦେବାକୁ ଉଦ୍ୟମ କରିଛି। ତାଙ୍କୁ କାର୍ଯ୍ୟରୁ ରିଲିଭ କରାଯାଇଥିବା ପ୍ରଶାସନ କହୁଛି। ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଗୁରୁବାର ମୃତ ଶିକ୍ଷକଙ୍କ ସ୍ତ୍ରୀ, ପୁଅ ଏବଂ ସମ୍ପର୍କୀୟ ଉପ ଜିଲାପାଳଙ୍କୁ ଭେଟି କ୍ଷତିପୂରଣ ଦାବି କରିଛନ୍ତି।    ବାଲିଗୁଡା ବ୍ଲକ ସମାଗଁା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ଅଶୋକଙ୍କୁ ପ୍ରିଜାଇଡିଂ ଅଫିସର ଭାବେ କାର୍ଯ୍ୟରେ ଯୋଗ ଦେବାକୁ ତାଲିମ ଦିଆଯାଇଥିଲା। ଗତ ୧୬ ତାରିଖ ପୂର୍ବାହ୍ନ ସାଢ଼େ ୮ଟାରେ ଫୁଲବାଣୀ ସରକାରୀ ପଲିଟେକନିକ୍‌ରେ ଯୋଗଦେଇ ପ୍ରିଜାଇଡିଂ ଅଫିସର ଭାବେ ଅନ୍ୟ ୬ ଜଣ ପୋଲିଂ ଅଫିସରଙ୍କ ସହ ନଁା ରେଜିଷ୍ଟ୍ରେଶନ କରିଥିଲେ। ଅଶୋକଙ୍କ ଦେହ ଅସୁସ୍ଥ ଥିବାରୁ ସେ ନିର୍ବାଚନ ଦାୟିତ୍ୱରେ ଥିବା ଉପ ଜିଲାପାଳଙ୍କୁ ରିଲିଭ କରିବା ପାଇଁ ଉକ୍ତ ଦିନ କହିଥିଲେ ମଧ୍ୟ ସେ କର୍ଣ୍ଣପାତ କରି ନ ଥିଲେ। ତାଙ୍କର ଫିରିଙ୍ଗିଆ ବ୍ଲକର ୩୦ ନଂ. ବୁଥରେ ଡ୍ୟୁଟି ପଡିଥିଲା। ୧୬ ତାରିଖରେ ନିର୍ବାଚନ ଲାଗି ଇଭିଏମ୍‌, ଭିଭିପିପଏଟି ମେଶିନ ଓ ଅର୍ଥ ଆଦି ଗ୍ରହଣ କରିଥିଲେ। ୧୭ ତାରିଖ ବୁଥ୍‌କୁ ଯିବା ଦିନ ଅଶୋକଙ୍କ ମୁଣ୍ଡ ବୁଲାଇବାରୁ ସେ ତଳେ ପଡି ଯାଇଥିଲେ। ପ୍ରଥମେ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ୨୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ନିର୍ବାଚନ କାର୍ଯ୍ୟରେ ଯାଇ ସ୍ବାମୀଙ୍କର ମୃତ୍ୟୁ ହୋଇଛି। ନିୟମ ଅନୁସାରେ ଆମକୁ କ୍ଷତିପୂରଣ ମିଳିବା କଥା। ପ୍ରଶାସନ ଆମ କଥା ଶୁଣୁ ନାହିଁ ବୋଲି ଅଶୋକଙ୍କ ସ୍ତ୍ରୀ କାନ୍ତି କହଁର ପ୍ରକାଶ କରିଛନ୍ତି।  ଉପ ଜିଲାପାଳ ସୁଚାରୁ କୁମାର ବଳଙ୍କୁ ପଚାରିବାରୁ ସେ ୧୬ ତାରିଖରେ ଆସି ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ଦେହ ଖରାପ ଥିଲା। ଆମେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରି ଅନ୍ୟ ଜଣଙ୍କୁ ପ୍ରିଜାଇଡିଂ ଅଫିସର ଭାବେ ନିଯୁକ୍ତ କରିଥିଲୁ। ଏଥିସହ ଶିକ୍ଷକ ଅଶୋକଙ୍କୁ ଘରକୁ ନେଇଯିବାକୁ ତାଙ୍କ ପୁଅଙ୍କୁ କହିଥିଲୁ। କୌଣସି କାରଣ ପାଇଁ ସେମାନେ ଯାଇ ନ ଥିଲେ।  ୧୭ ତାରିଖରେ ସେ ପଡି ଯାଇଥିଲେ। ତାଙ୍କୁ ମେଡିକାଲ ନେବା ବ୍ୟବସ୍ଥା କରାଯାଇଥିଲା। ୧୬ ତାରିଖରେ ତାଙ୍କୁ ରିଲିଭ କରାଯାଇଥିଲା, ତେଣୁ ସେ ନିର୍ବାଚନ ଦାୟିତ୍ୱରେ ନ ଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିବ ବିଇଏମ୍‌ସିରେ ମନ୍ତ୍ରୀଙ୍କ ପ୍ରତିନିଧି

ବ୍ରହ୍ମପୁର,୧୩ା୪(ନରସିଂହ ସାହୁ): ଗୋପାଳପୁର ବିଧାୟକ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବ୍ରହ୍ମପୁର ମହାନଗର ନିଗମ (ବିଇଏମସି)ର ପ୍ରତିନିଧି ରୂପେ ଶିବ...

ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ୍‌; ୩୦ରୁ ଉଦ୍ଧର୍‌ବ ଯାତ୍ରୀ…

ଖଲ୍ଲିକୋଟ,୧୩।୪(ପ୍ରଶାନ୍ତ କୁମାର ମିଶ୍ର): ସକାଳୁ ସକାଳୁ ବଡ଼ ଦୁର୍ଘଟଣା। ଖଲ୍ଲିକୋଟ ଥାନା ୧୬ ନମ୍ବର ଜାତୀୟ ରାଜପଥର ଲଙ୍ଗଳେଶ୍ବର ରିଲିଆନ୍ସ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ...

ଆଶ୍ୱସ୍ତି ଆଣିଲା କାଳବୈଶାଖୀ ବର୍ଷା

ଧରାକୋଟ,୧୨ା୪(ବିଷ୍ଣୁ କେଶରୀ ଅଚାର୍ଯ୍ୟ): କାଳବୈଶାଖୀ ବର୍ଷା ଧରାକୋଟ ଅଞ୍ଚଳର ଜନଜୀବନ ପାଇଁ ଆଶ୍ୱସ୍ତି ଆଣିଛି। ଚୈତ୍ର ମାସରେ ତାପମାତ୍ରା ବୃଦ୍ଧି ଯୋଗୁ ଲୋକେ ନାହିଁ ନ...

ମିଳୁନି ପିଇବା ପାଣି

ଗଞ୍ଜାମ,୧୨ା୪(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମରେ ଦୀର୍ଘ ପନ୍ଦର ଦିନରୁ ଊର୍ଦ୍ଧ୍ୱ ହେବ ପିଇବା ପାଣି ସମସ୍ୟା ଦେଖାଦେଇଛି। ଏନେଇ...

ପାରିବାରିକ ବିବାଦରୁ ଗଣ୍ଡଗୋଳ: ଗୋଟିଏ ପରିବାରର ୩ ଆହତ

ଭଞ୍ଜନଗର,୧୨।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ ତୁରୁମୁରେ ଦୁଇ ପରିବାର ମଧ୍ୟରେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା। ଏଥିରେ ଗୋଟିଏ ପରିବାରର...

ବଜ୍ରପାତ ନେଲା ଜୀବନ, ଗାଈ ଚରାଇବା ବେଳେ ଟଳିପଡିଲେ ବ୍ୟକ୍ତି

ଭଞ୍ଜନଗର,୧୨।୪,(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଗ୍ରାମର ଜଣେ ଗାଈ ଚରାଳି ଶନିବାର ସାଂରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି। ସେହେଲେ...

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖଲ୍ଲିକୋଟ,୧୨।୪,(ପ୍ରଶାନ୍ତ କୁମାର ମିଶ୍ର): ବାଲୁଗାଁ ଷ୍ଟେଶନରେ ଶନିବାର ମଧ୍ୟାହ୍ନରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଟ୍ରେନଟି ପଲାସାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା...

ପୁଣି ଦାଦନ ଦୁଃଖ, ସୁରଟରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ଖଲ୍ଲିକୋଟ,୧୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ପାଟଣା ସାହିର ମୂଳିଆ ସାହୁଙ୍କ ପୁଅ ସୁରଥ ସାହୁ (୪୨) କାମ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image