Categories: ଜାତୀୟ

ନିର୍ବାଚନ ପାଖେଇ ଆସୁଥିବା ବେଳେ ମିଥୁନଙ୍କୁ ଭେଟିଲେ ଭାଗବତ

ମୁମ୍ବାଇ,୧୬ ।୨: ପଶ୍ଚିମବଙ୍ଗ ନିର୍ବାଚନ ସମୟ ପାଖେଇ ଆସୁଥିବା ବେଳେ ବେଳକୁ ବେଳ ରାଜନୈତିକ ବାରାବରଣ ହେଉଛି ଉଷ୍ମ । ଇତିମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତ ବଲିଉଡ୍ ଅଭିନେତା ତଥା ପଶ୍ଚିମବଙ୍ଗ ବାସିନ୍ଦା ମିଥୁନ ଚକ୍ରବର୍ତ୍ତିଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ୍‌କାର ମୁମ୍ବାଇରେ ହୋଇଛି । ମଙ୍ଗଳବାର ସକାଳେ ନିଜେ ଭାଗବତ ମିଥୁନଙ୍କ ଘରେ ପହଞ୍ଚି କଥା ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଯେତେବେଳେ ମିଥୁନ ନାଗପୁର ଯାଇ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ଭେଟିଥିଲେ ସେତେବେଳେ ସେ ଭାଗବତଙ୍କୁ ମୁମ୍ବାଇ ସ୍ଥିତ ତାଙ୍କ ଘରକୁ ଆସିବାକୁ ନିମନ୍ତ୍ରଣ ଦେଇଥିଲେ । ଏବେ ଯେତେବେଳେ ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନୂଆ ମୁହଁ ଖୋଜୁଛି ସେତେବେଳେ ଭାଗବତଙ୍କ ଏହି ସାକ୍ଷାତ୍‌କାରକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପୂର୍ବରୁ ତ୍ରୁଣମୂଳ କଂଗ୍ରେସ ତାଙ୍କୁ ରାଜ୍ୟ ସଭାକୁ ପଠାଇଥିବା ବେଳେ ଏବେ ମିଥୁନ ଭାଜପାରେ ଯୋଗ ଦେଇ ପାରନ୍ତି ବୋଲି ଅନୁମାନ କରାଯାଉଛି । କାରଣ ଏବେକାର ସ୍ଥିତିକୁ ଦେଖିଲେ ଜଣାପଡୁଛି କି କେତେଜଣ ତ୍ରୁଣମୂଳ କଂଗ୍ରେସ ନେତା ଏବେ ଦଳ ଛାଡି ଭାଜପା ହାତ ଧରିଲେଣି । ତେଣୁ ମିଥୁନ ଯେ ଏଥିରେ ସାମିଲ ନ ହେବେ ତାହା କହିବା ମୁସ୍କିଲ ।

Share