Categories: ଜାତୀୟ

ନିର୍ବାଚନ ପୂର୍ବରୁ ଭାଜପାକୁ ଝଟ୍‌କା: ଏଲଜେପିରେ ଯୋଗଦେଲେ ଉଷା ବିଦ୍ୟାର୍ଥୀ

ନୂଆଦିଲ୍ଲୀ, ୭।୧୦: ବିହାରରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ମିିଳିବାରେ ଲାଗିଛି। ଗତ ଦୁଇ ଦିନ ମଧ୍ୟରେ ଦଳର ୨ ବରିଷ୍ଠ ନେତା ଏଲ୍‌ଜେପିରେ ଯୋଗ ଦେଇଛନ୍ତି। ମଙ୍ଗଳବାର ଷ୍ଟାଲଓ୍ବାର୍ଟ ରାଜେନ୍ଦ୍ର ସିଂ ଏଲ୍‌ଜେପିରେ ଯୋଗଦେଇଥିଲେ। ବୁଧବାର ଭାଜପାର ବରିଷ୍ଠ ସଦସ୍ୟ ଉଷା ବିଦ୍ୟାର୍ଥୀ ନୂଆଦିଲ୍ଲୀଠାରେ ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାସଓ୍ବାନଙ୍କ ଉପସ୍ଥିିତିରେ ଦଳରେ ଯୋଗଦେଇଛନ୍ତି। ଏହାଦ୍ୱାରା ନିର୍ବାଚନରେ ଭାଜପା ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କ ରହିଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Share