Categories: ଜାତୀୟ

ନିର୍ବାଚନ ପ୍ରଚାର କରିବାକୁ ବାରଣ ପରେ ହନୁମାନଙ୍କ ଶରଣ ନେଲେ ଯୋଗୀ

ଲକ୍ଷ୍ନୌ,୧୬।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରିବାକୁ ବାରଣ କରିବା ପରେ ସେ ଲକ୍ଷ୍ନୌର ଏକ ହନୁମାନ ମନ୍ଦିର ଯାଇଥିବା ଦେଖିବାକୁ ମିଳିଛି। ସେଠାରେ ସେ ନିରବ ରହି ହାତଯୋଡି ହନୁମାନଙ୍କୁ ପ୍ରାର୍ଥନା କରିବା ଦେଖାଯାଇଛି। ସୂଚନାଯୋଗ୍ୟ, ଭୋଟ ମାଗିବାବେଳେ ସାମ୍ପ୍ରଦାୟିକ ମନ୍ତବ୍ୟ ଦେଇଥିବାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସୁପ୍ରିମୋ ମାୟାବତୀଙ୍କୁ ନିର୍ବାଚନ କମିଶନ (ଇସି) ନିର୍ବାଚନ ପ୍ରଚାର କରିବାକୁ ବାରଣ କରିଥିଲେ। ମାୟାବତୀଙ୍କୁ ୪୮ ଘଣ୍ଟା ଓ ଯୋଗୀଙ୍କୁ ୭୨ ଘଣ୍ଟା ପାଇଁ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ ବୋଲି କହିଥିଲେ ଇସି। ଉଭୟଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ମଙ୍ଗଳବାର ସକାଳ ୬ଟାରୁ ଲାଗୁ ହୋଇଛି। ଏମାନଙ୍କ ପାଇଁ ଇସି ଦୁଇଟି ପୃଥକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

Share