ନିର୍ବାଚନ ପ୍ରଚାର ସମୟରେ ଶିବସେନା ଏମ୍‌ପିଙ୍କୁ ଛୁରାମାଡ଼

ମୁମ୍ବାଇ,୧୬।୧୦: ମହାରାଷ୍ଟ୍ର ଉସ୍ମାମାନାବାଦର ଏମ୍‌ପି ଓମ୍‌ ରାଜେ ନିମ୍ବାଲକରଙ୍କୁ ବୁଧବାର ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶିବସେନାର ପ୍ରାର୍ଥୀ କୈଳାଶ ପାଟିଲଙ୍କ ପାଇଁ ପଡୋଲି ଗଁାରେ ସେ ନିର୍ବାଚନୀ ପ୍ରଚାର କରୁଥିଲେ। ପ୍ରଚାର ସମୟରେ ପ୍ରଥମେ ଜଣେ ଯୁବକ ତାଙ୍କୁ ହାତ ମିଳାଇଥିବା ବେଳେ ଅନ୍ୟ ହାତରେ ଲୁଚାଇ ଧରିଥିବା ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ। ଓମ୍‌ ରାଜେଙ୍କ ହାତ ଓ ପେଟରେ ଆକ୍ରମଣ କରି ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଆହତ ଅବସ୍ଥାରେ ସେଠାରେ ଉପସ୍ଥିତ ଥିବା କର୍ମକର୍ତ୍ତାମାନେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଖୋଜୁଛି।

Share