Categories: ଜାତୀୟ

ନିର୍ବାଚନ ଫଳାଫଳ ପୂର୍ବରୁ ମହାଦେବଙ୍କୁ ଦର୍ଶନ କଲେ ଫଡନଭୀସ

ମୁମ୍ବାଇ,୨୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସ ବୁଧବାର କେଦାରନାଥ ଧାମ ଗସ୍ତ କରିଛନ୍ତି। ଫଡନଭୀସ, ତାଙ୍କ ସ୍ତ୍ରୀ ଅମୃତା ଫଡନଭୀସଙ୍କ ସମେତ ଅନ୍ୟ କିଛି ଲୋକଙ୍କ ସହ ଭଗବାନ ମହାଦେବଙ୍କୁ ଦର୍ଶନ କରିବା ପାଇଁ କେଦାରନାଥରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ଫଡନଭୀସ ମହାକାଲଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଗସ୍ତ ସମୟର କିଛି ଫଟୋକୁ ସେ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଗୁରୁବାର ମହାରାଷ୍ଟ୍ର ନିର୍ବାଚନର ଫଳାଫଳ ଆସିବାର ଥିବା ବେଳେ ଫଡନଭୀସଙ୍କ ଏହି ଗସ୍ତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେହିପରି ଲୋକ ସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କେଦାରନାଥ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ଏକ ଗୁମ୍ଫାରେ ଧ୍ୟାନ କରିଥିବା ଦେଖିବାକୁ ମିଳିଥିଲା।

Share