ନିର୍ବାଚନ ଫଳ ଦେଖିବା ପାଇଁ ଏଲ୍‌ଇଡି ସ୍କ୍ରିନ୍‌ ବ୍ୟବସ୍ଥା: ପ୍ରସାରଣରେ ବାଧା

ଭୁୁବନେଶ୍ୱର,୨୪।୫(ବ୍ୟୁରୋ)-ସାଧାରଣ ନିର୍ବାଚନ ଫଳାଫଳକୁ ଭୁବନେଶ୍ୱରବାସୀ ପାର୍କ ଏବଂ ଟ୍ରାଫିକ୍‌ରେ ଦେଖିବାକୁ ପାଇଛନ୍ତି। ବିଜୁ ପଟ୍ଟନାୟକ ପାର୍କ ସହ ହକି ବିଶ୍ୱକପ୍‌ ସମୟରେ ସହରର ବିଭିନ୍ନ ଟ୍ରାଫିକ୍‌ରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା। ଏହାସହ ବିଜୁ ପଟ୍ଟନାୟକ ପାର୍କରେ ମଧ୍ୟ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବସିବା ସହିତ ଅଧିକ ପାନୀୟ ଜଳର ବ୍ୟବସ୍ଥା ହୋଇଥିଲା। ତେବେ ଲୋକେ ବିଭିନ୍ନ ଟ୍ରାଫିକ୍‌ରେ ଛିଡ଼ା ହୋଇ ନିର୍ବାଚନ ଫଳାଫଳ ଦେଖିବାକୁ ଉତ୍ସାହିତ ଥିବାବେଳେ ଅଧିକାଂଶ ଟ୍ରାଫିକ୍‌ ସିଗ୍‌ନାଲରେ କିନ୍ତୁ ଏଲ୍‌ଇଡି ବନ୍ଦ ହୋଇ ପଡ଼ିରହିଥିଲା। ମୁଖ୍ୟତଃ କଳ୍ପନା ଓ ରୂପାଲି ଟ୍ରାଫିକ୍‌ରେ ଦିନର ଅଧିକାଂଶ ସମୟ ତାହା ବନ୍ଦ ପଡ଼ିଥିଲା। ସେହିପରି ଆଉ କେତେକ ଟ୍ରାଫିକ୍‌ରେ ମଧ୍ୟ ସମାନ ଅବସ୍ଥା ଥିଲା।
ବିଡିଏ ଆଇଟି ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପୂର୍ବରୁ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷମାନେ ସେମାନଙ୍କୁ କିଛି ଜଣାଇ ନ ଥିଲେ। ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ଜଣାଇଲେ ସେମାନେ କ’ଣ କରିପାରିବେ। ହକି ବିଶ୍ୱକପ୍‌ ସମୟରେ ଯେଉଁ କେତୋଟି ଏଲ୍‌ଇଡି ଲଗାଯାଇଥିଲା, ସେଥିରେ ପ୍ରସାରଣ କରିବାକୁ ସ୍ଥିର କରାଯିବା ପରେ ସେମାନେ କର୍ମଚାରୀମାନଙ୍କୁ ସେଠାରେ ନିୟୋଜିତ କରି ଆବଶ୍ୟକ ଉପକରଣ ପଠାଇଥିଲେ। କିନ୍ତୁ ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ସଂଯୋଗ ଠିକ୍‌ ନ ରହିବାରୁ ପ୍ରସାରଣରେ ବାଧା ସୃଷ୍ଟି ହେଲା। ହେଲେ ବିଜୁ ପଟ୍ଟନାୟକ ପାର୍କ ଓ ଲିଙ୍ଗରାଜ ମନ୍ଦିର ନିକଟରେ ଡିସ୍‌ ଆଣ୍ଟିନା ସହ ଏଲ୍‌ଇଡି ସଂଯୋଗ କରାଯାଇଥିବାରୁ ସେଠାରେ ଲୋକେ ବସି ଫଳାଫଳ ଦେଖିପାରିଲେ। ଏଲ୍‌ଇଡିରେ ଫଳାଫଳ ଦେଖୁଥିବା ଜଣେ ଦର୍ଶକ କମଲ ଚରଣ ଦାସ କହିଥିଲେ, ବିଡିଏ ପକ୍ଷରୁ କରାଯାଇଥିବା ଏହି ବ୍ୟବସ୍ଥା ଅତ୍ୟନ୍ତ ପ୍ରଶଂସନୀୟ। ଭୁବନେଶ୍ୱରରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କ ଘରେ ଟେଲିଭିଜନ ନାହିଁ। ସେମାନେ ଏଠାରେ ବସି ନିର୍ବାଚନ ଫଳ ଦେଖିପାରୁଛନ୍ତି, ଯାହାକି ବହୁତ ଭଲ କଥା। ସେହିପରି ବିଜୁ ପଟ୍ଟନାୟକ ପାର୍କକୁ ସାନ୍ଧ୍ୟ ଭ୍ରମଣ ପାଇଁ ଆସିଥିବା କଳ୍ପନାର ଜନ୍ମେଜୟ ଦାସ କହିଥିଲେ, ପାର୍କକୁ ସାଧାରଣତଃ ଆମେ ଜଗିଂ ଓ ବ୍ୟାୟାମ କରିବାକୁ ଆସୁ। କିନ୍ତୁ ସେହି ସମୟ ମଧ୍ୟରେ ପାର୍କରେ ନିର୍ବାଚନ ଫଳ ଜାଣିବାକୁ ପାଇବା ଏକ ସ୍ବତନ୍ତ୍ର କଥା। ଏକା ସାଙ୍ଗରେ ୨ଟି କାମ ହୋଇଗଲା ଓ ମୋବାଇଲ ଫୋନ୍‌ରେ ଇଣ୍ଟରନେଟ ଆଉ ବ୍ୟାଟେରି ବି ବଞ୍ଚିଗଲା।
ସୂଚନାଯୋଗ୍ୟ, ବିଡିଏ ପକ୍ଷରୁ କଳ୍ପନା ଛକ, କଳିଙ୍ଗ ହସ୍ପିଟାଲ ଛକ, ରୂପାଲୀ ଛକ, ଲିଙ୍ଗରାଜ ମନ୍ଦିର ଆଦି ନିକଟରେ ସ୍ବତନ୍ତ୍ର ଭାବେ ୨୦ଫୁଟ୍‌ ଲମ୍ବ ଓ ୧୦ଫୁଟ୍‌ ଓସାରର ଏଲ୍‌ଇଡି ସ୍କ୍ରିନ୍‌ ଲଗାଯାଇଥିଲା। ଜନସାଧାରଣ ଗୋଟିଏ ସ୍ଥାନରେ ଉପସ୍ଥିତ ରହି କିପରି ନିର୍ବାଚନ ଫଳାଫଳ ଦେଖିପାରିବେ, ସେଥିପ୍ରତି ବିଡିଏ ଧ୍ୟାନ ଦେଇଥିଲା। ତେବେ କେତେକ ସ୍ଥାନରେ ଏଲ୍‌ଇଡି ପ୍ରସାରଣ ମଝିରେ ମଝିରେ ଅଟକି ଯାଉଥିଲା। ଏ ସବୁଥିରେ ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ସହ ଦୁଇ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ଲଗାଯାଇଥିଲା। ସକାଳ ୮ଟାରୁ ଫଳାଫଳ ବାହାରିବା ପର୍ଯ୍ୟନ୍ତ ପ୍ରସାରଣ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ଓଡ଼ିଶାରେ ପାକିସ୍ତାନୀ, ଆକ୍ସନ ମୋଡରେ ସରକାର

ଭୁବନେଶ୍ୱର,୨୫।୪: ପହଲଗାମ ଘଟଣାରେ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଚହଳ ପଡିଛି। ଏଥିରେ ୨୬ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ...

ଛୁଟିରେ ସ୍କୁଲ ଖୋଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ

ଭୁବନେଶ୍ୱର,୨୫ା୪: ବେସରକାରୀ ସ୍କୁଲ ଓ କଲେଜକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଗ୍ରୀଷ୍ମ ପ୍ରବାହ ଏସ୍‌ଓପି ନ...

ବିନା କାମରେ ୫୭ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ଠିକାଦାର

ଭୁବନେଶ୍ୱର,୨୫ା୪: ସରକାରୀ ଅର୍ଥ ହଡ଼ପ ମାମଲାରେ ଠିକାଦାର ଲକ୍ଷ୍ମୀଧର ରାଉତରାୟଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ନୂଆପଡ଼ା ଜିଲା ଖଡ଼ିଆଳରେ ବିନା କାମରେ ସେ...

ଅନ୍ତ୍ୟୋଦୟ ଯୋଜନାରେ ସାମିଲ୍‌ ହେବେ ଆଉ ଲକ୍ଷେ ହିତାଧିକାରୀ, ମେ’ ଶେଷ ଯାଏ ଚାଲିବ ଆବାସ ସର୍ଭେ

ଭୁବନେଶ୍ୱର,୨୫।୪: ଓଡ଼ିଶା ସରକାର ଆଗାମୀ ମାସରେ ଅନ୍ତୋଦୟ ଗୃହ ଯୋଜନା ଅଧୀନରେ ଆଉ ଏକ ଲକ୍ଷ ଘର ହିତାଧିକାରୀଙ୍କୁ ଯୋଗାଇ ଦେବାକୁ ପ୍ରସ୍ତୁତି କରୁଛନ୍ତି, ବୋଲି...

ରାଜ୍ୟରେ ଗଠିତ ହେଲା ୪୬ ସିଭିଲ ଜଜ୍‌ କୋର୍ଟ

ଭୁବନେଶ୍ୱର,୨୫ା୪: ରାଜ୍ୟରେ ଗଠିତ ହୋଇଛି ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍)। ଏହି କୋର୍ଟଗୁଡ଼ିକ ବାଲେଶ୍ୱର ଜିଲାର ବାଲିଆପାଳ, ସିମୁଳିଆ, ସୋର, ବାହାନଗା...

ଭୁବନେଶ୍ୱର: ଦୁଇ ଷ୍ଟେସନ ନିକଟରୁ ୨ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା…

ଭୁବନେଶ୍ୱର, ୨୫।୪: ଏକ ଆଶ୍ଚର୍ଯ୍ୟକର ଘଟଣାରେ, ଶୁକ୍ରବାର ଭୁବନେଶ୍ୱରର ବାଣୀ ବିହାର ଏବଂ ଲିଙ୍ଗରାଜ ରେଲୱେ ଷ୍ଟେସନରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସୂତ୍ରରୁ ପ୍ରକାଶ,...

ଆସିଲା ଖୁସି ଖବର: ବଢ଼ିଲା ପୋଲିସ କର୍ମଚାରୀଙ୍କ ଭତ୍ତା

ଭୁବନେଶ୍ୱର,୨୪।୪: ପୋଲିସ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ପୋଲିସ କର୍ମଚାରୀଙ୍କ ଭତ୍ତା ଏବଂ ପ୍ରୋତ୍ସାହନ ରାଶିକୁ ଗୁରୁବାର ବୃଦ୍ଧି କରିଛନ୍ତି। କନଷ୍ଟେବଲଙ୍କଠାରୁ ଆରମ୍ଭ...

କଟକରେ ମହାନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କର ମୃତ୍ୟୁ

କଟକ,୨୪।୪: ଗୁରୁବାର କଟକରେ ମହାନଦୀରେ ଭାସି ଯାଇଥିବା ଦୁଇ ଯୁବକଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରିଥିଲେ। କିନ୍ତୁ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image